ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୋକାରିଚଞ୍ଚରା ଠାରେ ଏଲଆଇସି ଅଭିକର୍ତ୍ତାଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

କୋକସରା,୨୯/୧୨- କଳାହାଣ୍ଡି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ କୋକସରା ବ୍ଲକ ଅନ୍ତର୍ଗତ ଗୁଡହାଣ୍ଡି ଡୋକରୀଚଞ୍ଚରା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ । ଡୋକରୀଚଞ୍ଚରା ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ହୋଇଥିବା ଯୋଗୁଁ ଡିସେମ୍ବର ଓ ଜାନୁଆରୀ ମାସରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଯୋଗୁଁ ଚଳଚଞ୍ଚଳ ହୋଇଥାଏ ଡୋକରୀଚଞ୍ଚରା । ବର୍ଷସାରା କର୍ମମୟ ଜୀବନ ଭିତରେ କିଛି ସମୟ ନିଜକୁ ଉପଭୋଗ କରିବା ପାଇଁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ବଣଭୋଜି ସାଙ୍ଗକୁ ସେଲଫି ନେବାକୁ ମଧ୍ୟ ଭୁଲନ୍ତି ନାହିଁ ।ଭାରତୀୟ ଜୀବନ ବୀମା ନିଗମ ଅଧୀନରେ କାର୍ଯ୍ୟରତ ଭବାନୀପାଟଣା ଶାଖାର କ୍ଷେତ୍ର ଅଧିକାରୀ ପ୍ରଦୀପ ମହାପାତ୍ର ଓ ଅଭିକର୍ତ୍ତା ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରାକୃତିକ କୋଳରେ ଥିବା ପର୍ଯ୍ୟଟନ ସ୍ଥଳୀରେ ଆୟୋଜିତ ହୋଇଯାଇଛି।ଡୋକରୀଚଞ୍ଚରା ଭ୍ରମଣରେ ଯାଇଥିବା ପର୍ଯ୍ୟଟକ ମାନଙ୍କ ଦଳ ଭିତରେ ବଣଭୋଜି ହେବା ସହ ଆନନ୍ଦ ଉପଭୋଗ କରିବା ଭିତରେ ପର୍ଯ୍ୟଟନ ଋତୁରେ ଡୋକରୀଚଞ୍ଚରା ବୁଲିବାର ମଜା ନିଆରା ରହିଛି ବୋଲି ଏଲ୍ଆଇସି ଭବାନୀପାଟଣା ଶାଖାର କ୍ଷେତ୍ର ଅଧିକାରୀ ପ୍ରଦୀପ ମହାପାତ୍ର ପ୍ରକାଶ କରିଛନ୍ତି । ତେବେ ଡୋକରୀଚଞ୍ଚରାକୁ ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ସମସ୍ତ ସୁବିଧା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ କର୍ମଚାରୀ ମାନେ କହିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ମଞ୍ଜୁରୀ ମିଳିଲା, କିନ୍ତୁ tender/ନିବିଦା ପ୍ରକ୍ରିୟାରେ ବିଳମ୍ବ: ଆଟିଗାଁ–ଡୋକ୍ରିପଡ଼ା ରାସ୍ତା ନିର୍ମାଣ କେବେ?

Sunil Chandra Nayak

ଗଳାପୋଲ ତଳେ ବର୍ଷା ଯୋଗୁଁ ୫ ଫୁଟ ପାଣି ଠିଆ; ଯୋଗାଯୋଗ ବିଚ୍ଛିନ୍ନ; ଉତ୍ୟକ୍ତ ଜନତାଙ୍କ ଦ୍ୱାରା ଟ୍ରେନ ଅଟକ 

Sunil Chandra Nayak

ମ୍ୟୁଜିକ ସେଲିବ୍ରସନ ତରଫରୁ ହାଲୁଆ ବଣ୍ଟନ 

masiha

Leave a Comment

error: Content is protected !!