ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୨୯/୧୨- କଂଗ୍ରେସ ଦଳ ପକ୍ଷରୁ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଗାନ୍ଧୀ ଭବନ କାର୍ଯ୍ୟଳୟ ଠାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବ୍ଲକ ସଭାପତି ଘନଶ୍ୟାମ ଜାଲ, ପିସିସି ସଦସ୍ୟ ପୁରୁଷୋତ୍ତମ ଗୁପ୍ତା, ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା, ପୂର୍ବତନ ସଭାପତି ରାଜେନ୍ଦ୍ର ନାଏକ, ଯୁବନେତା ତ୍ରିଭୁବନ ନାଏକ, ବ୍ଲକ ଉପ ସଭାପତି ମହେନ୍ଦ୍ର ଧରୁଆ, ହରେକୃଷ୍ଣ ନାଏକ, ବରିଷ୍ଠ ନେତା ନିମାଇଁ ଧଙ୍ଗଡା ମାଝୀ, ମଣିଭଦ୍ର ପଣ୍ଡା, ମାର୍କଣ୍ଡ ବେମାଲ, ମୋଟେର ଯୋନ ସଭାପତି ଯତୀନ୍ଦ୍ର ଦଳେଇ, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, କୋକସରା ଯୋନ ସଭାପତି କମଳ ଲୋଚନ ନାଏକ, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, କଂଗ୍ରେସ କର୍ମି ଅରୁଣ ମାଝୀ, ବ୍ରଜବନ୍ଧୁ ମିଶ୍ର, ଧନବଲ ନାଏକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଆଗମୀ ଦିନରେ ଆୟୋଜିତ ହେବାକୁ ଥିବା ହାତକୁ ହାତ ଯୋଡ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବାର୍ତ୍ତା ସାଧାରଣ ଲୋକଙ୍କ ନିକଟରେ ଆଦୃତ କରିବା ପାଇଁ ଆଲୋଚନା କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

ମିଶ୍ରଣ ପର୍ବରେ ସାଂସଦକୁ ବିରୋଧ ପାଇଁ ଶପଥ ନେଲେ ବିଜେପି କର୍ମୀ

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

Sunil Chandra Nayak

Leave a Comment

error: Content is protected !!