ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୋଡଧୁଆପଦର ଚମ୍ପିୟାନ   

ନୂଆପଡ଼, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଜୁନାନୀ ଗାଁ ଠାରେ ମାଁ ସୁବଲେନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଳିଥିବା ୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଶୁକ୍ରବାର ଦିନର ଫାଇନାଲ ମ୍ୟାଚରେ  ଚିନ୍ଦାଗୁଡା ଦଳକୁ ୬ ୱିକେଟରେ ହରାଇ ଗୋଡଧୁଆ ପଦର ଦଳ ଚମ୍ପିୟାନ ହୋଇଛି।  ଚିନ୍ଦାଗୁଡା ଦଳ ଟସଜିଣି  ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୪ ୱିକେଟ ୧୫୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଗୋଡଧୁଆପଦର ଖେଳାଳିମାନେ ଦମଦାର ଖେଳ ପ୍ରଦର୍ଶନ କରି ୧୩.୪ ଓଭରରେ ମାତ୍ର ୪ ୱିକେଟ ହରାଇ ୧୫୪ ରନ ସଂଗ୍ରହ କରି ବିଜୟୀ ହେବା ସହ ଚମ୍ପିୟାନ ହୋଇଛନ୍ତି । ଫାଇନାଲ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଖଡିଆଳ ନଗରପାଳ ଉଜ୍ବଳ ଗୁପ୍ତା , ଖଡିଆଳ ବ୍ଲକ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ , ଖଡ଼ିଆଲ ବସ ମାଲିକ ସଂଘ ସଭାପତି ସତ୍ୟ କୁମାର ତାଣ୍ଡି , ବରିଷ୍ଠ ସାମ୍ବାଦିକ କୁନୁ କରୁଆ, ଭାଲୁମୁଣ୍ଡା କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନୀ ,ଯୁବ ଆଇନଜୀବୀ ସୁଶାନ୍ତ କୁମାର ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିଥିମାନେ ବିଜୟୀ ଗୋଡଧୁଆପଦର ଦଳକୁ ଚମ୍ପିୟାନ ଟ୍ରଫି ଏବଂ ଉପବିଜେତା ଚିନ୍ଦାଗୁଡା ଦଳକୁ ରନର୍ସ ଅଫ୍ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଗୋଡଧୁଆପଦର ଦଳର ତପୋବନ୍ତ  ଶବର ମ୍ୟାନ ଅଫ୍ ମ୍ୟାଚ୍ ଏବଂ ଦୁଷ୍ମନ୍ତ ଶବର ମ୍ୟାନ ଅଫ୍ ଦି ସିରିଜର ଭାବେ ପୁରସ୍କୃତ ହୋଇଛନ୍ତି । ଏହି ଫାଇନାଲ କ୍ରିକେଟ ମ୍ୟାଚକୁ ବସନ୍ତ ଶବର ଓ କୟୋଜ କଶ୍ୟପ ପରିଚାଳନା କରିଥିବା ବେଳେ ପ୍ରକାଶ ପାତ୍ର ଓ ପ୍ରଭୁ ଦାସ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ। ଏଥିରେ ଆୟୋଜକ କମିଟିର ସଭାପତି ରାହୁଲ ସିଂ, ଶ୍ୟାମଲାଲ ସିଂ, ରମେଶ ଚନ୍ଦ୍ର ବାରିକ, ରାମଲାଲ ସିଂ, ପିନ୍ଟୁ ସିଂଦେଓ, ବିରେନ୍ଦ୍ର ମାଝି, ରଞ୍ଜନ ବାରିକ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0 ୨ ୫ ଅନୁଷ୍ଠିତ : ମହାରାଣୀ ସୁସାର ୟୁଥ କ୍ଲବ 

Sunil Chandra Nayak

ଧର୍ମଗଡ଼ ଠାରେ ଆୟୋଜିତ ଅଟଳ ପ୍ରିମିୟର କ୍ରିକେଟ ଲିଗ ଉଦଯାପିତ ବଲାଙ୍ଗୀର କୁ ହରାଇ ନବରଙ୍ଗପୁର ଚମ୍ପିୟାନ….

masiha

Leave a Comment

error: Content is protected !!