ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଯୁବ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ନୂଆପଡା//  ,ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ତ ସ୍ଥାନୀୟ ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ଆନୁକୁଲ୍ୟରେ ନୂଆପଡା ସ୍ଥିତ ସରକାରୀ ପୋଲିଟେକନିକ୍ ରେ ଗତ ୨୮ ତାରିଖଠୁ ଚାଲିଥିବା ତିନି ଦିବସୀୟ ଯୁବ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ୪୦ ଜଣ ଯୁବକ ଯୁବତୀ ଭାଗ ନେଇ ଜୀବନ କୌଶଳ, ଭାରତ@୭୫, ଯୁବ ଅନୁଷ୍ଠାନ ପରିଚାଳନା, ବିଭିନ୍ନ କ୍ଷେତ୍ରରେ ଯୁବ ବିକାଶ, ନେତୃତ୍ବ ଓ ବ୍ୟକ୍ତିତ୍ୱ ବିକାଶ, ସାମାଜିକ ଗଣମାଧ୍ୟମ ର ସଠିକ ଉପଯୋଗୀତା ତଥା ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସାମାଜିକ ବିକାଶରେ ଯୁବକ ଯୁବତୀ ମାନଙ୍କର ଭୂମିକାର ତଳିମ ପ୍ରଦାନ କରଯାଇଥିଲା। ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଜିଲ୍ଲା ଯୁବ ଅଧିକାରୀ ଆଶିଷ କୁମାର ଠାକୁର, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ସତ୍ୟଶ୍ରୀ ସୌମ୍ୟକାନ୍ତ ମହାପାତ୍ର, ସେଭ୍ ଦି ଚିଲଡ୍ରେନ ର ରାଜ୍ୟ ମୁଖ୍ୟ ବିଦ୍ୟାଧର ମେହେର, ପୁରାତନ ସ୍ବେଛାସେବୀ ସାଏରା ଖାନ, ଟିକେଶ୍ୱର୍ ହଂସ, ସଂଗ୍ରାମ, ଯୋଗ ଦେଇଥିଲେ। ଉଦ୍ଯାପନୀ ରେ ମୁଖ୍ୟ ଅତିଥି ସୋନିଆ ଜୈନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ ପଟ୍ଟନାୟକ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୪୩ ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ 

masiha

ଶ୍ରଦ୍ଧା ରେ ଗୁରୁଦିବସ ପାଳନ 

Sunil Chandra Nayak

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

masiha

Leave a Comment

error: Content is protected !!