ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା l l l ଡିସେମ୍ବର l l l

    l l l ଡିସେମ୍ବର l l l

                      ଶ୍ଯାମା ପ୍ରସାଦ୍ ବୋଷ୍ 

ଡିସେମ୍ବର ମାସ ବରଷ ର ଶେଷ 
ସ୍ମୃତି ଅନୁଭୂତି ନେଇ 
ସୁଖ ଦୁଃଖ ଭରା ଅତୀତ ପସରା 
ଯାଉଛି ବିଦାୟ ହେଇ । 
ଡିସେମ୍ବର ସେତ କେତେ ଭୋଜିଭାତ 
ଆନନ୍ଦ ଉଲ୍ଲାସ ନେଇ 
ପୁରୁଣା ବର୍ଷ କୁ ବିଦାୟ ଦେଉଛି 
ନୂତନେ ସ୍ବାଗତ ଦେଇ । 
ଡିସେମ୍ବର ଶୀତ ବଢଇ ବହୁତ 
ଥିରି ପଦ ପାତ ନେଇ 
ଆସଇ ମରତ କରଇ ସ୍ବାଗତ 
ଆପଣା ପରଶ ଦେଇ । 
ଡିସେମ୍ବର ସରେ ନୂଆ ହାତ ଧରେ
ନୂଆ ଉଦ୍ଦିପନ୍ନା ପାଇ 
ନୂତନ ତ୍ବ ଭରେ ବିଦାୟୀ ଆସରେ
ଆଶା ଓ ଆକାଂକ୍ଷା ଥାଇ । 
ଡିସେମ୍ବର ମାସ ତାରିଖ ପଚିଷ 
ବଡ ଦିନ ଆରମ୍ଭଇ  
ରାତି ଛୋଟ ହୁଏ ଦିନ ବଢୁଥାଏ 
ସମୟ କୁ ଆପଣାଇ । 
ଡିସେମ୍ବର ମାସ ଉତ୍ସବ ବିଶେଷ 
ଭୋଜି ର ଆସର ନେଇ 
ପୁରୁଣା ବରଷେ ବିଦାୟ ପରଶେ 
ଭୁଲିବାକୁ ଚାହେଁ ସେଇ । 
ଡିସେମ୍ବର ପରା କରେ ଆତ୍ମହରା 
ନୂଆ ବରଷ ର ପାଇଁ 
ବିଶ୍ୱାସ ରେ ଭରା ଖୁସି ଦିଏ ଧରା 
ନୂତନ ଭାବନା ଧାଇଁ ।

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ନନ୍ଦିନୀ ରାଉତ ଙ୍କ କବିତା = ସ୍ନାନପୂର୍ଣ୍ଣିମା

ଡ. ଭବାନୀ ଶଙ୍କର ନିଆଲ ଙ୍କ କବିତା = ଆବେଦନ କରିନଥିଲି

masiha

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ବିଦାୟ ବାଇଶି

Sunil Chandra Nayak

Leave a Comment

error: Content is protected !!