ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଥର ନଟରାଜ ମନ୍ଦିର ଫୁଲବାଣୀ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଦୂରଦର୍ଶନ ରେ କଲେ ନୃତ୍ୟ ପରିବେଷଣ କଲେ

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ର ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତି ର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଓଡିଶୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ର ନୃତ୍ୟ ଶୀଳ୍ପି ମାନେ ଗୁରୁ ବିନୋଦ ଚନ୍ଦ୍ର ସାହୁଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ଡିସେମ୍ବର ୨୯ ତାରିଖରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ବର ଠାରେ ଓଡିଶା ର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ଆଗାମୀ ଜାନୁୟାରୀ ମାସରେ ଡିଡି ଓଡିଆ ରେ ଗୁରୁବାର ରାତି ୮ ଟା ସମୟରେ ଦୂରଦର୍ଶନ ଚାନେଲ ରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି। ଏହା କନ୍ଧମାଳ ପାଇଁ ଗର୍ବ ଓ ଗୌରବ ର କଥା ଏବଂ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି କନ୍ଧମାଳ ନଟରାଜ କଳାମନ୍ଦିର ଫୁଲବାଣୀ। ଏଥିପାଇଁ କନ୍ଧମାଳବାସୀ ଅନୁଷ୍ଠାନର ଶୀଳ୍ପି ଓ ଗୁରୁଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ପିଲାଙ୍କ ପାଇଁ ଦିନଟିଏ

masiha

ଜିଲ୍ଳା କିନ୍ନର ସଙ୍ଘ କୁ ତ୍ରିପାଠୀ ପରିବାର ପକ୍ଷରୁ ଆର୍ଥିକ ସହାୟତା

Sunil Chandra Nayak

କୁମାରୀ ପ୍ରମିଳା ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

Leave a Comment

error: Content is protected !!