ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏନେଇ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏନେଇ ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରି ଡାକ୍ତର ମଧୁସୂଦନ ଦାସ, ଗୋଷ୍ଟି ପ୍ରାଣୀ ଚିକିତ୍ସା ଅଧିକାରି ଡାକ୍ତର ଭୂବନ ମୋହନ ସାହୁ, ସହକାରୀ ପ୍ରାଣୀ ଚିକିତ୍ସା ଚିକିତ୍ସକ ଡାକ୍ତର ନିହାର ରଞ୍ଜନ ଦେବତା ଶ୍ରୀ ସାହୁଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ପର୍ଲା ପ୍ରାଣୀ ଚିକିତ୍ସାଲୟର ପ୍ରାଣୀ ଚିକିତ୍ସକ ଡାକ୍ତର ଅଜୟ କୁମାର ମାଝୀ, ଭେଟେନାରି ଟେକ୍ନିସିଆନ୍ ଅଙ୍କବଳ ଦୁର୍ଗା, ଦିଲ୍ଲୀପ କୁମାର ପାଢୀ, ନିର୍ମଳ ଚନ୍ଦ୍ର ମେହେର ପ୍ରାଣୀଧନ ନିରୀକ୍ଷକ ଶ୍ରୀମତୀ ସର୍ବେଶ୍ୱରି ଖର୍ସେଲ, ପିଅନ ପରମାନନ୍ଦ ପଟେଲ, ସୁରେଶ ଗୌଡ, କରୁଣାକର ପୂଜାରୀ, ବାସୁଦେବ ନାଗ, ପ୍ରଶାନ୍ତ ପାଣଗ୍ରାହୀ, ଭୂବନ ରାଉତ, ଭବାନୀ ରାଉତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଉପ ପ୍ରାଣୀ ସହାୟ ଚିକିତ୍ସକ ଶ୍ରୀ ଅଶୋକ କୁମାର ସାହୁ ୧୯୮୫ ମସିହାରେ ତାଙ୍କର ଚାକିରି ଜୀବନ ଆରମ୍ଭ କରି ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ରେ ଅବସ୍ଥାପିତ ରହି ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚୈତନ୍ୟ ଚରଣ ସେଠୀ, ନିଖିଳ ଉତ୍କଳ ଅଣ ଗେଜେଟେଡ୍ ବୈଷୟିକ ପ୍ରାଣୀସମ୍ପଦ କର୍ମଚାରୀ ସଙ୍ଘର ଜିଲ୍ଲା ସଂପାଦକ ସତ୍ୟ ନାରାୟଣ ଭଞ୍ଜ ଓ ଅର୍ଥ ସଂପାଦକ ମୋହିତ କୁମାର ପଟ୍ଟନାୟକ ଶ୍ରୀ ସାହୁଙ୍କର ଅବସର ଜୀବନର ମଙ୍ଗଳ କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏକତା ପାଇଁ ଦୌଡ଼(Run for unity)ଆୟୋଜନ ନିମନ୍ତ :-ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ସମୀକ୍ଷା

Sunil Chandra Nayak

ଯାମଦା ବ୍ଳକ ବିଜେଡି ସଭାପତି ସିଦ୍ଧିଲାଭ ହେମ୍ବ୍ରମଙ୍କ ଅକାଳ ବିୟୋଗ

Sunil Chandra Nayak

ନବନିର୍ମାଣ କୃଷକ ସଂଘ ଜିଲ୍ଲା ଯୁବ ସଭାପତି ହିତେଶ୍ କୁମାର ନାଏକ ମନୋନୀତ

masiha

Leave a Comment

error: Content is protected !!