ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ନୂତନ ବର୍ଷ ୨୦୨୩, ମହା ଆଡମ୍ବରରେ ପାଳିତ

ଏହି ଅବସରରେ ସାଇପ୍ରିୟା ନଗର ସ୍ଥିତ ବସ୍ତିରେ ବାସ କରୁଥିବା ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଠନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ

ରାୟଗଡ: ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲ ଫର ଟ୍ରଷ୍ଟ ର ସମ୍ମିଳନୀ କକ୍ଷରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲାର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ନବବର୍ଷ ୨୦୨୩କୁ ଧୁମଧାମରେ ପାଳନ କରାଯାଇଛି । ଏହିଅବସରରେ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନିୟମଗିରି ନ୍ୟୁଜ ଚେନାଲର ମୂଖ୍ୟ ସମ୍ପାଦକ ଶ୍ରୀ ବୋମାଲି କାନ୍ତା ରାଓ ଯୋଗଦେଇ ନୂତନ ବର୍ଷ ୨୦୨୩ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ମଙ୍ଗଳ କାମନା କରିଥିଲେ ଏବଂ କେକ କାଟି ଥିଲେ । ନୂତନ ବର୍ଷ ଅବସରରେ ସାଇପ୍ରିୟା ନଗରର ବସ୍ତିରେ ବାସ କରୁଥିବା ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ସମସ୍ତ ଅତିଥୀଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ସଙ୍ଘର ସଭାପତି ଶ୍ରୀ ଖାଡାଙ୍ଗା ୨୦୨୩ ବର୍ଷରେ କରିବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ପ୍ରାକ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ଗୀତରାଣୀ ମିଶ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ସରୋଜ କୁମାର ସାହୁ, ସଭ୍ୟ ଶ୍ରୀଧର ଚୌଧୁରୀ ଓ ଶ୍ରୀନାଥ ତାଡିଙ୍ଗି ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ସାନ ଚେରଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ଟି କାମରେ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

masiha

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ

masiha

Leave a Comment

error: Content is protected !!