ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ କୁ ପଛରୁ ପିଟିଲା ବସ୍ ; ବାଇକ ଚାଳକ ଅତି ଗୁରୁତର ନେଇ ଉତ୍ୟକ୍ତ ଲୋକଙ୍କ ଦ୍ବାରା ବସ୍ ପୋଡ଼ି

ମୟୂରଭଞ୍ଜ -୦୧/୦୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ଜୁବୁଲି ପେଟ୍ରୋଲ ପମ୍ପ ପାଖରେ ବାଇକ ଚାଳକ ଠିଆ ହୋଇଥିବାବେଳେ ହଠାତ୍ ପଛପଟୁ ଘରୋଇ ରଞ୍ଜିତା ବସ ଧକ୍କା ଦେବା ଫଳରେ ବାଇକ୍ ଚାଳକର ଗୋଡ଼ କଟି ଯାଇଥିଲା । ମୂର୍ମୂଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଲୋମହର୍ଷଣକାରୀ ଦୃଶ୍ୟ ଦେଖି ଉତ୍ୟକ୍ତ କିଛି ଲୋକ ବସଟିକୁ ନିଆଁ ଜଳାଇ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଦମକଳ ଗାଡି ପହଞ୍ଚିଲା । ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ତଦନ୍ତ କରୁଛି । ଆଇନକୁ ଉଲ୍ଲଘଂନ କରି ହାତକୁ ନେଇଥିବା ଦୁର୍ବୃତ୍ତଙ୍କ ଉପରେ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଗୁରୁତର ଜଣକ ଚାନ୍ଦୁଆ ଅଂଚଳର ବୋଲି ଜଣା ପଡିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାରତର ସ୍ବାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ ତମ ଫାଶୀ ଦିବସ ଡିୱାଇଏଫଆଇ,ଏସଏଫଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ପାଳିତ

Sunil Chandra Nayak

ସାପ ଚୋଟରେ ମହିଳା ମୃତ

Sunil Chandra Nayak

ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗ, ଯୁବ ଓ ଶିଶୁ ମାନଙ୍କ ତାଲିମ କର୍ମଶାଳା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!