ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ସାହିତ୍ୟ ଆସର ଓ ସହରରୁ ପଲ୍ଲୀ ପୁସ୍ତକ ଉନ୍ମୋଚନ

ରାଉରକେଲା/ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଓ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଗଳ୍ପ ସଂକଳନ ‘ ସହରରୁ ପଲ୍ଲୀ ‘ ପୁସ୍ତକ ଉନ୍ମୋଚନ ପାଠାଗାର ପରସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ବ ଓ ସଂପାଦକ ବିକ୍ରମ ଆଚାର୍ଯ୍ୟଙ୍କ ସଂଯୋଜନାରେ ଶିକ୍ଷାବିତ ରଶ୍ମିବାଳା ରାଉତରାୟ ମୁଖ୍ୟଅତିଥି ଓ ପୁସ୍ତକର ସମୀକ୍ଷକ ଭାବେ ରାଜକୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ରାଉତରାୟ କୁନ୍ତଳା କୁମାରୀଙ୍କ କାବ୍ୟ ମାନସରେ ନିସଂଗ ଚେତନା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କୁନ୍ତଳାଙ୍କ ଜୀବନୀ ସହ ତାଙ୍କ ସୃଷ୍ଟିରେ ନିସଂଗତା କିପରି ସ୍ଥାନ ନେଇଛି ତାହା ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ । ସମୀକ୍ଷକ ଶ୍ରୀ ମହାନ୍ତି ଲେଖକ ଶ୍ରୀ ଆଚାର୍ଯ୍ୟଙ୍କ ପୁସ୍ତକରେ ଥିବା ୧୯ ଟି ଗଳ୍ପର ମାର୍ମିକ ସମୀକ୍ଷା କରିଥିଲେ । ପରେ କବିତା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ସୁରେନ୍ଦ୍ର ସାବତ,ଡାକ୍ତର ଗୀତାଞ୍ଜଳୀ ପତ୍ରୀ, କିଶୋରୀ ମୋହନ କର,ଅଜୟ କୁମାର ମହାନ୍ତି,କମଳାକାନ୍ତ ଦାସ, ବିଜୟିନୀ ଜେନା, ସଂଜୀବ କୁମାର ଭୋଇ,ସୁନିଲ୍ ମହାନ୍ତି,ଅଶୋକ ପାତ୍ର, କୁଞ୍ଜବିହାରୀ ରାଉତ, ସଂଯୁକ୍ତା ଦାଶ, କମଳ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଦାଶ,ସୁଶାନ୍ତ ନାୟକ, ବ୍ରଜେନ୍ଦ୍ର ଦାଶ, ଅଶୋକ ପଟ୍ଟନାୟକ, ଶ୍ରୀକାନ୍ତ ପାଣିଗ୍ରାହୀ, ଅମୂଲ୍ୟ ପ୍ରସାଦ ବେହେରା,କୁଳମଣି ଦାସ, ସ୍ବର୍ଣ୍ଣଲତା ଘଡେଇ, ନିରୁପମା ଚାନ୍ଦ,ମଞ୍ଜୁଳା ରଥ,ମଞ୍ଜୁଲତା ଘଡେଇ,ଅତୁଲ୍ୟ କୁମାର ମହାକୁଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସଭାପତି ଶ୍ରୀ ବେହେରା ସଭାପତିତ୍ବ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

Sunil Chandra Nayak

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

masiha

କଳାହାଣ୍ଡି: ଗ୍ରାମୀଣ ଡାକସେବକ ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଯୋଗୁଁ ଜିଲ୍ଲା ବ୍ୟାପୀ ଡାକସେବା ବିପର୍ଯ୍ୟସ୍ତ

masiha

Leave a Comment

error: Content is protected !!