ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲର ଏଜେଣ୍ଟ ଓ ଏସଏଚଜି ଗ୍ରୁପ ର ମଧୁ ଚନ୍ଦ୍ରିକା ରେ ପେଶି ହଉଛନ୍ତି ଚାଷୀ !

ଧର୍ମଗଡ ମଣ୍ଡି ରେ ପଡି ରହିଛି ହଜାର ହଜାର ବସ୍ତା ଧାନ 

ଧର୍ମଗଡ:୩/୧/୨୩: ଧାନ ଚାଷ ଆରମ୍ଭ ଠାରୁ ଅମଳ ଓ ବିକ୍ରି ପର୍ଯ୍ୟନ୍ତ ସମସ୍ୟା ଚାଷୀ ଙ୍କ ପିଛା ଛାଡୁ ନାହିଁ । ନିଜ କଷ୍ଟ ଉପାର୍ଜିତ ଫସଲ କୁ ବିକିବା ପାଇଁ ଚାଷୀ ଙ୍କୁ ନାକେ ଦମ୍ ହେବାକୁ ପଡୁଛି । ଯାହାକୁ ନେଇ ଚାଷୀ ଙ୍କ ମଧ୍ୟ ରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯଦି ଏହି ଭଳି ସମସ୍ୟା ଲାଗି ରହେ ତେବେ ଚାଷୀ ଙ୍କ ଅସନ୍ତୋଷ ଦାନା ବାନ୍ଧି ଆନ୍ଦୋଳନ ଆଡକୁ ଗତି କରିବା ଆଶଙ୍କା ପ୍ରକାଶ ପାଇଛି ।

   ଧର୍ମଗଡ ମାର୍କେଟ ୟାର୍ଡ ରେ ଦୁଇଟି ମଣ୍ଡି ଚାଲୁଛି । ଗୋଟିଏ ମଣ୍ଡି ପ୍ରାଥମିକ କୃଷି ସେବା ସମବାୟ ସମିତି ଦ୍ଵାରା ପରିଚାଳିତ ହେଉଥିବା ବେଳେ ଅନ୍ୟଟି ମାଁ ବାରା ଭୀମା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି । ଗ୍ରାମାଞ୍ଚଳ ରୁ ପ୍ୟାକ୍ସ ଧାନ କିଣୁ ଥିବା ବେଳେ ଏନଏସି ଏରିଆ ରୁ ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛି । ପ୍ୟାକ୍ସ ଦ୍ୱାରା ପରିଚାଳିତ ମଣ୍ଡି ରେ ସୁରୁଖୁର ରେ ଧାନ ଉଠୁଥିବା ବେଳେ ଏସଏଚଜି ଦ୍ଵାରା ପରିଚାଳିତ ମଣ୍ଡି ରୁ ଧାନ ଠିକ୍ ଭାବେ ଉଠୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ମିଳିଥିବା ସୂଚନା ଅନୁସାରେ ଏସଏଚଜି ଦ୍ଵାରା ପରିଚାଳିତ ମଣ୍ଡି ରେ ଧାନ ବିକ୍ରୀ ପାଇଁ ସହରାଞ୍ଚଳ ରୁ ୭୨୬ ଜଣ ଚାଷୀ ଅନ ଲାଇନ ପଞ୍ଜିକରଣ କରିଛନ୍ତି । ଗତ ୩୧ ତାରିଖ ସୁଦ୍ଧା ମଣ୍ଡି ରେ ୩୮୯ ଜଣ ଚାଷୀ ଙ୍କ ଠାରୁ ୨୩,୨୦୩ କ୍ଵିଣ୍ଟାଲ ଧାନ କିଣା ଯାଇଛି । ଏବେ ମଧ୍ୟ ମଣ୍ଡି ରେ ୧୧୧ ଜଣ ଚାଷୀ ଙ୍କ ପ୍ରାୟ ୬୪୧୧ କ୍ଵିଣ୍ଟାଲ ଧାନ ପଡି ରହିଛି । ସପ୍ତାହେ ପୂର୍ବ ରୁ ମଣ୍ଡି କୁ ଧାନ ଆଣି ଥିଲେ ସୁଦ୍ଧା ( ସ୍ଲୋ ଲିଫ୍ଟିଙ୍ଗ) ଧାନ ଧୀର ଉଠାଣ ଯୋଗୁ ଏପରି ହେଉଛି । ଏହି ମଣ୍ଡି ସହିତ ମା ଭଣ୍ଡାର ଘରଣୀ ରାଇସ ମିଲ, ମାତୃ ଶକ୍ତି ଆଗ୍ରୋ ଇଣ୍ଡଷ୍ଟ୍ରି, ଆର କେ ଆଗ୍ରୋ ଏକ୍ସପୋର୍ଟ, ମଦନ ଫୁଡ ପ୍ରଡକ୍ଟ ଏବଂ ଶ୍ରୀ ଗଣପତି ରାଇସ ଇଣ୍ଡଷ୍ଟ୍ରି କୁ ସଂଯୋଗ କରାଯାଇ ୩୩,୭୮୦ କ୍ଵିଣ୍ଟାଲ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆ ଯାଇଛି । ତେବେ ୧୦,୨୦୦ କ୍ଵିଣ୍ଟାଲ ଟାର୍ଗେଟ ପାଇଥିବା ଶ୍ରୀ ଗଣପତି ରାଇସ ଇଣ୍ଡଷ୍ଟ୍ରି ମାତ୍ର ୩୩୪୭.୫୬ କ୍ଵିଣ୍ଟାଲ ଧାନ ଉଠାଇ ଥିବା ବେଳେ ଆହୁରି ୬୮୫୨.୪୪ କ୍ଵିଣ୍ଟାଲ ବାକି ରହିଛି । ସେହି ପରି ଆରକେ ଅଗ୍ରୋ ଏକ୍ସପୋର୍ଟ କୁ ୧୧୭୦୦ କ୍ଵିଣ୍ଟାଲ ଟାର୍ଗେଟ ଦିଆ ଯାଇଥିଲା ବେଳେ ଏହି ମିଲର ୮୨୨୦.୧୫ କ୍ଵିଣ୍ଟାଲ ଧାନ ଉଠାଇଛି । ଆହୁରି ୩୩୭୯.୮୫ କ୍ଵିଣ୍ଟାଲ ଟାର୍ଗେଟ ବାକି ରହିଛି । ଅନ୍ୟ ତିନିଟି ମିଲର୍ସ ସେମାନଙ୍କ ଟାର୍ଗେଟ ପ୍ରାୟ ପୁରଣ କରି ସାରିଛନ୍ତି । ଏବେ ବି ୧୦,୫୭୬ କ୍ଵିଣ୍ଟାଲ ଟାର୍ଗେଟ ରହି ଥିବା ବେଳେ ମଣ୍ଡି ରେ ୬୪୧୧ କ୍ଵିଣ୍ଟାଲ ଧାନ ପଡି ରହିଛି । କଟନି ଛଟନି ପାଇଁ ମିଲର୍ସ ଓ ଏସଏଚଜି ଗ୍ରୁପ ର ମଧୁ ଚନ୍ଦ୍ରିକା ଯୋଗୁ ଧାନ ଉଠାଣ ବିଳମ୍ବିତ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶାସନ ଏହା ଉପରେ ପଦକ୍ଷେପ ଗ୍ରହଣ କରି ଧାନ ଉଠାଣ କୁ ତ୍ୱରାନ୍ୱିତ କରିବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା 

Related posts

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

Sunil Chandra Nayak

କନିଷ୍ଠ କିରାଣୀ ସଂଘ ର ସାଙ୍ଗଠନିକ ବୈଠକ 

Sunil Chandra Nayak

ଫାଇଭ୍-ଟି ରୂପାନ୍ତରଣରେ ସାମିଲ ହେଲା କମର୍ଦ୍ଧା ହାଇସ୍କୁଲ

Leave a Comment

error: Content is protected !!