ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

କାମାକ୍ଷାନଗର ୦୩/୦୧( ମ ନି ସ) କାମାକ୍ଷାନଗର ଉପଖଣ୍ଡ କାର୍ଯ୍ୟଳୟ ରେ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି କାମାକ୍ଷାନଗର ବ୍ଲକ ସଭାଗୃହଠାରେ ଏହି କାର୍ଯ୍ୟକ୍ରମ ସକାଳ ୧୦ ଟା ଠାରୁ ଆରମ୍ଭ କରି ଦିନ ୧.୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜିଲ୍ଲାପାଳ ଯୋଗ ଦେଇଥିଲେ ଏହାସହ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି, କାମାକ୍ଷାନଗର ଉପଜିଲ୍ଲାପାଳ, ବ୍ଲକ ଅଧକ୍ଷ, ଓ ନବନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏବଂ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ବିଭିଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଶୁଣାଣିରେ ଆଜି ମୋଟ ୨୦ଟି ଅଭିଯୋଗର ଶୁଣାଣି ଗ୍ରହଣ କରିଥିଲେ। ଏଥିରେ ଆଜି ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ସମାଧାନ କରିଥିଲେ। ଏବଂ ବିଶ୍ବକପ ହକିର ଟ୍ରଫିକୁ ଢେଙ୍କାନାଳ ଜିଲ୍ଲାରୁ ଭବ୍ୟ ସ୍ବାଗତ କରିବା ସହ କାମାକ୍ଷାନଗରରୁ ଭାୟl କଙ୍କଡ଼ାହାଡ ଦେଇ କେନ୍ଦୁଝର ଜିଲ୍ଲାକୁ ପଠେଇ ଦିଆଯିବ, ସେ ବିଷୟରେ ଆଲୋଚନା କରିଥିଲେ।ଏବଂଯେପରି ହକି ଓ୍ବାଲ୍ଡକପ ଆୟୋଜନ କରିବା ଆମ ରାଜ୍ୟ ପାଇଁ ଗର୍ବ ତେଣୁ ଏହାକୁ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଭଳି ପାଳନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ ସେଠୀ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚିତି ସାପ କାମୁଡାରେ ଯୁବକ ମୃତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନି କର୍ମଚାରୀ ଙ୍କୁ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଉତ୍କଳ ଜନନୀ ସେବା ସଂଗଠନର ପ୍ରତିଷ୍ଠାତା ସଭାପତିଙ୍କ ଜନ୍ମଦିନକୁ ଅଭିନବ ଢଙ୍ଗରେ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ ଗୋବର୍ଦ୍ଧନପୁର ଗ୍ରାମବାସୀ 

Sunil Chandra Nayak

Leave a Comment

error: Content is protected !!