ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଧ୍ୟାପକ ଡକ୍ଟର ଅଜିତ ବେହେରାଙ୍କୁ କଳାହାଣ୍ଡି ଗବେଷକ ସମ୍ମାନ

ନର୍ଲା (ମସିହା)  କଳାହାଣ୍ଡିର ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, ସାହିତ୍ୟିକ ତଥା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ରାଜ୍ୟସ୍ତରୀୟ କଳାରୁଦ୍ର ଲୋକ ମହୋତ୍ସବରେ ମର୍ଯ୍ୟାଦାଜନକ କଳାହାଣ୍ଡି ଗବେଷକ ସମ୍ମାନ-୨୦୨୩ ରେ ସମ୍ମାନିତ ହୋଇଛନ୍ତି। ସେ ତରୁଣ ବୟସରୁ ସାହିତ୍ୟ ସାଧନାରେ ନିମଜ୍ଜିତ ରହି ବହୁ କବିତା, ଗଳ୍ପ ଓ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦିତ କରିଛନ୍ତି। ଆଦିବାସୀଙ୍କ ଲୁପ୍ତପ୍ରାୟ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ଲୋକଲୋଚନକୁ ଆଣିବାରେ ଡକ୍ଟର ବେହେରାଙ୍କ ଅବଦାନ ଅତୁଳନୀୟ। ସେ ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ‘କଳାହାଣ୍ଡିର ଲୋକଦେବତା’ ରେ ପି.ଏଚ୍.ଡି. ଓ ‘କନ୍ଧ ସଂସ୍କୃତି’ ଊପରେ ଡି.ଲିଟ୍ ଡିଗ୍ରୀ ସହିତ ଭାରତ ସରକାରଙ୍କ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରୁ ଜୁନିଅର ଫେଲୋସିପ ପାଇ ସୁନାମ ଅର୍ଜନ କରିଛନ୍ତି। ଏଯାବତ୍ ତାଙ୍କର କବିତା ସଙ୍କଳନ ତୁମେ ଓ କଳାହାଣ୍ଡିର ଲୋକବିଶ୍ୱାସ ଗବେଷଣାମୂଳକ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ କନ୍ଧ ଲୋକଧାରା ଓ କନ୍ଧାନ ଭାଷା ଓ ସାହିତ୍ୟ ପ୍ରକାଶ ଅପେକ୍ଷାରେ ରହିଛି। ଡକ୍ଟର ବେହେରା ସଂପ୍ରତି କଶୃପଡା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଲୋକ ମହୋତ୍ସବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ବିଶିଷ୍ଟ ଓକିଲ ତଥା ସମାଜସେବୀ ସତ୍ୟ ନାରାୟଣ ସାହୁ ମୁଖ୍ୟବକ୍ତା ଓ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସନତ କୁମାର ସାହୁ ଓ ତ୍ରିଲୋଚନ ସାହୁ ମଞ୍ଚ ପରିଚାଳନା କରିଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

masiha

ଟିପର ଗାଡି ତଳେ ଚାପି ହୋଇଗଲା ବୁଲେଟ

ଯୁକ୍ତଦୁଇ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

masiha

Leave a Comment

error: Content is protected !!