ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କେ କଲ୍ୟାଣୀ ପାତ୍ର ଅନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ପାପଡାହାଣ୍ଡି,5/1, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୁଆକୋଟ ଠାରେ କେ କଲ୍ୟାଣୀ ପାତ୍ର ମେମୋରିଆଲ ଅନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇଛି | ମୁଖ୍ୟ ଅତିଥି ଭାବେ ସ୍ଥାନିୟ ବିଧାୟକ ତଥା ଜିଲ୍ଲା ଯୋଜନା ବଡ଼ ଅଧ୍ୟକ୍ଷ ମନୋହର ରନ୍ଧାରି ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନଙ୍କୁ ଏକ ଶୋଭାଯାତ୍ରାରେ ଆଣି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ପ୍ରଥମ ମ୍ୟାଚରେ ଵିଭିସି ଲାଞ୍ଜି ନୁଆପଡା ଦଳ ନିର୍ଧାରିତ 15 ଅଭର ରେ 9 ୱିକେଟ ହରାଇ 99 ରନ୍ କରି ଥିବାଵେଳେ ଯବାଵ ରେ ଉମରକୋଟ ଦଳ ଦ୍ଵିତୀୟ ବ୍ୟାଟିଂ କରି 7 ଓଭରରେ ଵିନା ଉଇକେଟରେ ସହଜ ବିଜୟୀ ଲାଭ କରିଛି। ଅନ୍ୟ ଏକ ମ୍ୟାଚରେ ନୁଆକୋଟ ଓ ଵସ୍ତର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନୁଆକୋଟ ଦଳ ପ୍ରଥମ ବ୍ୟାଟିଂ କରି 6 ଟି ୱିକେଟ ହରାଇ 12 ଓଭର ରେ 92 ରନ୍ ସଂଗ୍ରହ କରିଥିଲେ। ଯଵାବ ରେ ବସ୍ତ୍ରର 2 ଟି ୱିକେଟ ହରାଇ 8 ଓଭର ରେ ଏକପାଖିଆ ଭାବେ ବିଜୟ ଲାଭ କରିଥିଲେ। ନୁଆକୋଟ କ୍ରିକେଟ କ୍ଲବ୍ ପକ୍ଷରୁ ଅନ୍ତ ରାଜ୍ୟ କ୍ରିକେଟ ଟର୍ଣ୍ଣାମେଣ୍ଟ କରାଯାଇଛି। ଉକ୍ତ ଟର୍ଣ୍ଣାମେଣ୍ଟ ରେ 16 ଟି ଦଳ ଭାଗ ନେଇଛନ୍ତି। ଚଳିତ 15 ତାରିଖରେ ଉଦଯାପନୀ ମ୍ୟାଚ ହେବ | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଡଃ ଲିପିକା ମାଝୀ, କେ ଶ୍ୟାମବାବୁ ପାତ୍ର, ଶରଶ ଚନ୍ଦ୍ର ଜାଲ୍, ଡମୁ ପ୍ରଧାନ, ସହଦେଵ ପାତ୍ର,କୁଶ ଗୌଡ଼, ସରପଞ୍ଚ ଲଖିନାଥ ମାଝି, ସମିତି ସଭ୍ୟ ରୁକ୍ମିଣୀ ମେହେଟା, ଲଛମନ ମାଝୀ,ପୁର୍ବତନ ସରପଞ୍ଚ ଖିରୋଦ ମିର୍ଗାନ, ଉପେନ୍ଦ୍ର ଗରଡା,ଜିତେନ୍ ମିର୍ଗାନ୍ ସମେତ 3 ‌ହଜାରରୁ ଉର୍ଦ୍ଧ୍ଵ ଲୋକ ଏହି ମ୍ୟାଚ ଦେଖିବାକୁ ସାମିଲ୍ ହୋଇଥିଲେ । ମ୍ୟାଚ କୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ ମୈଦଲପୁର ପୋଲିସ ନିୟୋଜିତ ହୋଇଥିଲେ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ, ପାପଡାହାଣ୍ଡି ଲିଜେଣ୍ଡ ଦଳ ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!