ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ୭ ଦିନ ବ୍ୟାପୀ ଜାତୀୟ ସେବା ଯୋଜନା ର ସ୍ଵତନ୍ତ୍ର ଶୀତକାଳୀନ ଶିବିର ଅନୁଷ୍ଠିତ

ନବରଙ୍ଗପୁର,୫/୧(ମସିହା ) ନବରଙ୍ଗପୁର ଜିଲ୍ଲା ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଦୀର୍ଘ ୭ଦିନ ଧରି ଜାତୀୟ ସେବା ଯୋଜନାରେ ସ୍ଵତନ୍ତ୍ର ଶୀତ କାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିନ ମହାବିଦ୍ୟାଳୟ ର ୫୦ ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀ ସ୍ବେଛାସେବୀ ନିଜର ନିର୍ଦ୍ଦିଷ୍ଟ ପୋଷ୍ୟ ଗ୍ରାମ ଯଥା ନୂଆଗୁଡ଼ା ଏବଂ ନୀଳକଣ୍ଠଗୁଡ଼ା କୁ ବିଭିନ୍ନ ଶିକ୍ଷା ମୂଳକ ସ୍ଲୋଗାନ ଏବଂ ଶୃଙ୍ଖଳିତ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ସେଠାକାର ପ୍ରାଥମିକ ବିଦ୍ୟାଳୟରେ ମହାବିଦ୍ୟାଳୟ ର ଅଧକ୍ଷ ଡ. ବି. ଏନ୍. ବିଶ୍ଵାଳ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବରିଷ୍ଠ ଅଧ୍ୟାପକ, ଯୁବ ରେଡକ୍ରସ ସଂସ୍ଥା ର ଜିଲ୍ଲା ସଂଯୋଜନା ସମ୍ପାଦକ ତଥା ଜାତୀୟ ସେବା ଯୋଜନା ର ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଦିଲୀପ କୁମାର ହୋତା, ପୂର୍ବ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶମ୍ଭୁ ପ୍ରସାଦ ହୋତା, ରେଭେନ୍ସା ବିଶ୍ଵ ବିଦ୍ୟାଳୟ ସହ ପ୍ରାଧ୍ୟାପକ ଶ୍ରୀ ଜେ. ସବର ତଥା ବର୍ତ୍ତମାନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ ନିଜ ନିଜର ଛାତ୍ର ଜୀବନର ସ୍ବେଛାକୃତ ସେବା ର ଅନୁଭୂତି ବଣ୍ଟନ କରିଥିଲେ ଏବଂ ଶିବିର ର ଉପଯୋଗିତା ବିଷୟରେ ବର୍ଣ୍ଣନା କରିଥିଲେ। ଉପରୋକ୍ତ ଗ୍ରାମ ଗୁଡିକରେ ସ୍ବେଛାସେବୀ ମାନେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ : ଯଥା ଜାତୀୟ ସେବା ଯୋଜନା ର ମୁଳ ଧାରଣା ଶିକ୍ଷା, ପ୍ରାତଃ ଯୋଗ ଅଭ୍ୟାସ, ସେବା ତାଲିମ, ସ୍ୱଚ୍ଛତା ଅଭିଯାନ, ଗ୍ରାମବାସୀଙ୍କ ସହ ଭାବ ବିନିମୟ, ପ୍ରାଥମିକ ବିଦ୍ୟାଳୟ ର ସଫେଇ କାର୍ଯ୍ୟକ୍ରମ ଗ୍ରାମ ଶିଶୁ ମାନଙ୍କୁ ଖାଦ୍ୟ ପାନୀୟ ବଣ୍ଟନ, କରୋନା, କୁପୋଷଣ,ଇତ୍ୟାଦି ବିଷୟ ରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା, ଆର୍.ବି.ଆଇ ପକ୍ଷ ରୁ ଆର୍ଥିକ ଶିକ୍ଷା, ସାଇବର ଅପରାଧ ଉପରେ ରୋକ ବିଷୟରେ କର୍ମଶାଳା ରେ ଯୋଗଦାନ, ଏବଂ ବୃକ୍ଷ ଗୁଡ଼ିକର ଦୈନନ୍ଦିନ ଯତ୍ନ, ମାସ୍କ ଓ ସାନିଟାଇଜର ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ, ଗ୍ରାମଶିଶୁ ମାନଙ୍କୁ ମୌଳିକ ଶିକ୍ଷା ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ମାନ ତ୍ଵରାନ୍ଵିତ କରିଥିଲେ। ଅନ୍ତିମ ପର୍ଯ୍ୟାୟ ରେ ରାତ୍ରୀ ସମାରୋହ (କ୍ୟାମ୍ପଫାୟାର) ଆୟୋଜନ କରାଯାଇଥିଲା। ପରିଶେଷରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ ଏକ ଭବ୍ୟ ସମାରୋହ ସହ ପୁରସ୍କାର ବିତରଣ ପୂର୍ବକ , ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କେ.ମାଝୀ, ସଭାପତି ଶ୍ରୀ ଏଲ୍.ହରିଜନ, ନୀଳକଣ୍ଠଗୁଡା ଏସ୍.ଏଚ.ଜି ସଂସ୍ଥା ର କର୍ମକର୍ତ୍ତା ଶ୍ରୀମତୀ ବାନୁ ଜାନି ଙ୍କ ଉପସ୍ଥିତି ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଭାସ୍କର ବିଶ୍ଵାଳ ଶୀତକାଳୀନ ଶିବିର ର ଉଦଯାପନ ଘୋଷଣା କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡ଼ିକ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜାହାଙ୍ଗୀର ମହମ୍ମଦ ଏବଂ ମାନସୀ ମହାପାତ୍ର ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବଥର୍ଲା ରେ ରାଜ୍ୟସଭା ସାଂସଦ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

masiha

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ ଗ୍ରାମ ଗୁଡିକ ରେ ପାଳିତ ହେଲା “ପୁଷ ପରବ ” 

masiha

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ 

masiha

Leave a Comment

error: Content is protected !!