ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା// ଇଏ କି କଥା

 ଇଏ କି କଥା

ଉପେନ୍ଦ୍ର କୁମାର ବସ୍ତିଆ

 
ପଡିଶା ଘରର ଶାଶୁଟିଏ
ଶାଶୁ ପଣେ ଅଣ୍ଟା ଭିଡୁଥାଏ
ଷୋଳ ବରଷର ବୋହୂକୁ ଦିନେ
ସାଇ ଚମକେଇ କହୁଥାଏ ।
ଆଲୋ ଅଲକ୍ଷଣି ପୋଡ଼ା ମୁହିଁ 
ସଣ୍ଠଣା କି ତୋତେ ଜଣା ନାହିଁ 
ଦିନ କେଇଟାର ବୋହୁ ତୁ ହୋଇଛୁ
ମୋ ଝିଅ ବିବାଦି ହେଉ କାହିଁ ?
ଝିଅଟି ମୋହର ସୁକୁମାରୀ
ତା ପାଦକୁ ତୁ ନୋହୁ ସରି
କି ଧନ ସଂପତ୍ତି ଆଣିଛୁବା ତୁହି 
ଦେଖାଇ ହେଉଛୁ କେତେ ଚାତୁରି ?
କୋଟିକରେ ଗୋଟେ ଝିଅଟି ମୋର 
ପନ୍ଦର ପୁରି ଷୋହଳ ତାର 
ଭାତ ବାଢି ସିଏ ଖାଇ ଜାଣି ନାହିଁ
ପିଲା ଝିଅ କିବା ଦୋଷ ତାର ।
କାନ୍ଦି କାନ୍ଦି ବୋହୁ କହୁଥିଲା 
ମିଛରେ କାହିଁକି କରୁଛ ହାଲ୍ଲା 
କିଛି କହିନାହିଁ ଝିଅକୁ ତୁମର 
ସାନ ନଣନ୍ଦ ସେ ମୋର ଗେହ୍ଲା ।
ବୋହୁ କଥା ଶୁଣି ଶାଶୁଟି ତାର 
କହେ ରାଗେ ହୋଇ ଜର ଜର
ମୋ ମୁଁହ ଉପରେ ଜବାବ ଦେଉଛୁ 
ଭାଙ୍ଗି ଦେବି ଆଜି ମୁଁହ ତୋର।
ଏତେ ସବୁ କଥା ଶୁଣି ସାରି 
କାହିଁକି ଏମିତି ହୁଏ ବୋଲି
ଝିଅ ପାଇଁ ମାଆ ସ୍ନେହ ଶୀଳ
ବୋହୁ ପାଇଁ କେତେ ହିଂସ୍ର ବୋଲି।

 ରାଉରକେଲା

Related posts

ମମତା ସାହୁ  ଙ୍କ କବିତା // ଆଜି ଜାଗର ପୂଜିବି ହର

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା l l  ପ୍ରଭୁ ନିରପେକ୍ଷ l l

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ କବିତା__ କଳା କହ୍ନେଇ __

Sunil Chandra Nayak

Leave a Comment

error: Content is protected !!