ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ଵର,୦୭/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ମାସିକ ବୈଠକ ଓ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଭରତ ଚନ୍ଦ୍ର ଦାସ, ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟ, ଲକ୍ଷ୍ମଣ ପ୍ରସାଦ ଗାହାଣ, ଲକ୍ଷ୍ମୀକାନ୍ତ ବିଶ୍ବାଳ, ପ୍ରଫୁଲ୍ଲ କୁମାର ବେହେରା, ଗୋପିନାଥ ସେଣ୍ଢ, ପୁରୁଷୋତ୍ତମ ନାୟକ, ଜଗନ୍ନାଥ ମହାପାତ୍ର, ସୁରଥ କୁମାର ସାହୁ, ସନ୍ଧ୍ୟାରାଣୀ ପଟ୍ଟନାୟକ, ସୁରେନ୍ଦ୍ର ନାଥ ବଳବନ୍ତରାୟ, ଜଳଧର ଦାସ, ନାରାୟଣ ପ୍ରସାଦ ପେଡା, ବସନ୍ତ କୁମାର ଦାସ, ହରେକୃଷ୍ଣ ପଣ୍ଡା, ଅର୍ଜୁନ ଚରଣ ମହାରଣା ପ୍ରମୁଖ ଉପସ୍ଥିତ ହୋଇ ଆସନ୍ତା ତା ୧୫/୦୧/୨୩ ରିଖରେ କିପରି ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୦ ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ପାଳନ ହେବ ସେ ବିଷୟରେ ଆଲୋଚନା କରିଥିଲେ । ୨ ଗୋଟି ଅଧିବେଶନରେ ଉତ୍ସବ ସମାପନ ହେବ । ସମସ୍ତଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହିତ ଉତ୍ସବ ସମାପନ ହେବାନେଇ ସର୍ବସମ୍ମତି କ୍ରମେ ବୈଠକରେ ନିଷ୍ପତ୍ତି ହୋଇଥିଲା । ସଦସ୍ୟ/ସଦସ୍ୟା ମାନଙ୍କ ମଧ୍ୟରେ ଉତ୍ସବ ପାଳନର ଦାୟିତ୍ୱ ବଣ୍ଟନ କରାଯାଇଛି । ଶେଷରେ ଜଗନ୍ନାଥ ମହାପାତ୍ରଙ୍କ ଧନ୍ୟବାଦ ଅର୍ପଣ ପରେ ସମସ୍ତଙ୍କୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ତେନ୍ତୁଳିଖୁଣ୍ଟି ବିଦ୍ୟାଳୟ ପରିଦର୍ଶନ 

masiha

ରାସ୍ତା ଉପରେ ଓହଳି ରହିଛି ବିଦ୍ୟୁତ ତାର 

masiha

Leave a Comment

error: Content is protected !!