ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ଠାରେ କ୍ରାନ୍ତିଯାତ୍ରା 

ଥୁଆମୂଳ ରାମପୁର:୦୭/୦୧ – (ମ.ନି.ସ):- ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ।ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ୍ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ଵତନ୍ତ୍ରତା ଘୋଷଣା କରିଥିଲେ। ଏହା ଭାରତର ବ୍ରିଟିସ୍ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା।ନେତାଜୀଙ୍କର ଏହି ପଦକ୍ଷେପକୁ ତତକାଳୀନ ବିଶ୍ଵର କିଛି ଦେଶ ସମର୍ଥନ କରିଥିଲେ। ଫଳରେ ଭାରତର ସ୍ଵାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ଵରାନ୍ଵିତ ହୋଇଥିଲା । ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ। ଚଳିତ ଡିସେମ୍ବର ୩୦ ତାରିଖଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏହି ଦିନ ଠାରୁ କ୍ରାନ୍ତିଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକକୁ ପରିକ୍ରମା କରୁଛି ଏହା ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଉଛି। ଯେଉଁଥିରେ ଅଞ୍ଚଳବାସୀ ସକ୍ରିୟ ଯୋଗଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ତା ୭/୦୧/୨୦୨୩ ରିଖ ଶୁକ୍ରବାର ବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ସ୍ଥିତ ମାଣିକେଶ୍ବରୀ ପୀଠ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଏହି କ୍ରାନ୍ତି ଯାତ୍ରା ପରିକ୍ରମା କରିଥିଲେ। ଏହି କ୍ରାନ୍ତିଯାତ୍ରା କଲାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ: ସୁନିତୀ ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ଏଥିରେ ଥୁଆମୁଳ ରାମପୁର ବ୍ଲକର ରାଜ୍ଯ ବିଏସପି ରାଜ୍ଯ ସାଧାରଣ ସମ୍ପାଦକ, ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ର ଛାତ୍ରଛାତ୍ରୀ ସହ ଶୋଭାଗିନୀ ପାତ୍ର, ସନ୍ଧ୍ୟାରାଣୀ ଗୋପାଳ, ଶସାଙ୍କ ଦାସ,ହୃଷିକେଷ ଖଡିକାର, ମହେଶ୍ବର ନାଏକ, ସମେତ୍ ଅଞ୍ଚଳର କିଛି ଲୋକ ସାମିଲ ହୋଇଥିଲେ। ଜିଲ୍ଲାର ୧୮ଟି ବ୍ଲକର ଜନସାଧାରଣଙ୍କୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରି ଆସନ୍ତା ଜାନୁୟାରୀ ୨୩ ତାରିଖରେ ଉଦଯାପିତ ହେବ ବୋଲି ପରିଷଦ ପକ୍ଷରୁ ସୁଚନା ମିଳିଛି। ଏହି କ୍ରାନ୍ତିଯାତ୍ରାରେ ଥୁ.ରାମପୁର ବ୍ଲକର ଶହ ଶହ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

ଥୁଆମୂଳ ରାମପୁର: ରୁ ବଲଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

masiha

୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ପର୍ଯ୍ୟନ୍ତ 

masiha

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

Leave a Comment

error: Content is protected !!