ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ଜାଡ଼ରେ ଥରୁଛି ଲାଞ୍ଜିଗଡ଼ ବ୍ଲକ

ଲାଞ୍ଜିଗଡ଼,୦୮/୦୧( )-ତିନିଦିନ ହେଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ସନ୍ଧ୍ୟା ସମୟରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ ତଳକୁ ଖସି ଆସୁଥିବାବେଳେ ପ୍ରବଳ ଥଣ୍ଡା ଯୋଗୁଁ ସକାଳ ଦଶଟା ଯାଏଁ କୌଣସି କାମରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି । ସେହିପରି ଅପରାହ୍ନରେ ଆରମ୍ଭ କରି ରାତି ତମାମ ଶୀତର ପ୍ରକୋପ ବୃଦ୍ଧି ପାଉଥିବାବେଳେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ତଥା ଗରିବଗୁରୁବାମାନେ ଶୀତ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷରେ ବ୍ଲକର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ନହେଉଣୁ ତାଟିକବାଟ ପଡିଯାଉଥିବାବେଳେ ଲାଞ୍ଜିଗଡ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ସହିତ କାଲୁଆ ପବନ ଜନଜୀବନ ବ୍ୟତିବ୍ୟସ୍ତ କରିପକାଉଛି । ପ୍ରବଳ ଶୀତ ଲହରୀ ଆଉ କିଛିଦିନ ଜାରି ରହିବ ବୋଲି ଜଣାପଡିଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ନବରଙ୍ଗପୁର ପୌରାଞ୍ଚଳ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

masiha

ସି ଏଲ ଏଫ ଫର ରେ ଇସି ମେମ୍ବର ମଞ୍ଜୁଲତା ବାରିକ କୁ ପଦରୁ ବହିଷ୍କାର ଦାବିରେ ପଞ୍ଚାୟତ ଅଫିସ ରେ ବୈଠକ

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!