ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମିନତି ଦାସ ଙ୍କ କବିତା __ ଶୀତ __

       ଶୀତ…

ଦଶରା ବାଟେଇ ପସରା ଫିଟାଏ
ଉତ୍ତରା କୁଆଁରୀ ଉତ୍ତରୀ ଉଡେ,
ପିତ ପାଟଳିମା ବୁଣି ହୋଇଯାଏ
ଧାନ କ୍ଷେତ ଲାଜେ ନହକି ପଡେ.
ଗେଣ୍ଡୁ ଫୁଲ ହସେ ସରୁ ପତ୍ର ଧାରୁ 
ମଉସୁମୀ ବାଟ ସଧିରେ ଖୋଜେ,
ମେଘଦୂତ ପାଇ ପ୍ରିୟା ର ଠିକଣା
ମଧୁ ଆଳାପରେ ମନ୍ମୟେ ହଜେ.
ସୂର୍ଯ୍ୟ ମୁଖି ହସେ ସୂର୍ଯ୍ୟ ଅନିଶା ରେ
ଶତଦଳ ମନ ଅତି ବିରସ,
କାକର ପୋଷାରୁ ସଜ କୁମୁଦିନୀ 
ପଦ୍ମରାଗ ଜିଣା ସଲ୍ଲଜ ହସ.
ଶାଳ ଭଞ୍ଜିକା ର ଶୀତଳ ଲହରୀ
ମଧୁବନ୍ତି ସୁରେ ଯୁଗଳବନ୍ଦି,
ତନୁ ତନିମାରେ କଦମ୍ବ କମ୍ପନ
ଲାଳିତ୍ୟ ଲାବଣ୍ୟେ ପ୍ରକୃତିରାଜି.
ଦିନ ର ଆୟୁଷ କ୍ରମେ ହୁଏ ହ୍ରାସ
ସଞ୍ଜ ଟା ଅଳସୀ ଅୟଶୀ ସାଜେ,
କାକର ରେ ଭିଜି ସକାଳ ଉତୁରେ
କୋଟି ଅଂଶୁମାନ ଅଙ୍ଗେ ବିରାଜେ.
ସୋରିଷ କ୍ଷେତର ପୁଷ୍ପ ରାଗମୋହେ
ପ୍ରଜାପତି ମଧୁରସା ଓ ଭୃଙ୍ଗ.
ଅସ୍ତରାଗ ଠାରୁ ପୂର୍ବ ରାଗ ଶୋଭା 
ସୁନା ଖରା ବୁଣେ ପ୍ରୀତି ର ରଙ୍ଗ.
ସରି ସରି ଆସେ କ୍ଷେତ କରେ ଶୂନ୍ୟ
ଝୋଟି ଚିତା ସରେ ମାଣ ସାଇତା,
ଅଣ୍ଟା ସଳଖାଇ ଖରା ପିଠି ହୋଇ
ଭୂଆସୁଣୀ ବସେ ହୋଇ ଅଚିନ୍ତା.
ବିଲ ବାଡ଼ି କାମ ସରି ସରି ଆସେ
ଦୀନ ମଜୁରିଆ ଖୋଜେ ଦାଦନ 
ମାଣ ପୁରିଗଲା ସେର ପୁରିଗଲା
ଦେହ ଦାହ ଲୋଡା ନୋହେ ଭରଣ.

ମିନତି ଦାସ 

ବାରିପଦା

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମାଘ ମାସ ଜାଡ ଵାଘ ପରିକା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // କର୍ତ୍ତବ୍ଯ

Sunil Chandra Nayak

ମହିୟସୀ ନାରୀ ଗଣ  ରଖିଲେ ଦେଶର ନାମ 

masiha

Leave a Comment

error: Content is protected !!