ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ

କଳା,ସଂସ୍କୃତି ସହିତ ଭାଈ ଚାରା ର ବାର୍ତ୍ତା ବହନ କରେ ଏହି ଉତ୍ସବ 

ଧର୍ମଗଡ:୯/୧/୨୩: କଳାହାଣ୍ଡି ର କଳା, ସଂସ୍କୃତି ଓ ପରମ୍ପରା ର ବାର୍ତ୍ତା ବହନ କରୁଥିବା ଲୋକଉତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପରିପେକ୍ଷୀ ରେ ଆଜି ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହୋଇଯାଇଛି । ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମଞ୍ଚ ରେ ମଶାଲ ସ୍ଥାପନ ହୋଇ ଥିଲା । ବ୍ଲକ ପରିସର ରେ ଆୟୋଜିତ ଏହି ଉତ୍ସବ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟଯୋଷୀ ଅଧ୍ୟକ୍ଷତା କରିଥିଲେ । ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ମୂଖ୍ୟ ବକ୍ତା ଭାବେ ପ୍ରଫେସର ସତ୍ୟ ପଟ୍ଟନାୟକ ଯୋଗ ଦେଇ ଦୀର୍ଘ ୨୫ ବର୍ଷ ଧରି ପାଳନ ହେଉଥିବା ଏହି ଉତ୍ସବ ପାଳନ ର ଯଥାର୍ଥତା ଉପରେ ଆଲୋକ ପାତ କରି ଥିଲେ । ସମ୍ମାନିତ ଅତିଥି ଭାବେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୁଷଣ, ଲୋକ କବି ତଥା ବରିଷ୍ଠ ଘୁମୁରା ଗୁରୁ ସତ୍ୟ ନାଏକ,ତହସିଲ ଦାର ହରେକୃଷ୍ଣ ବରିହା, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଓ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ ମଞ୍ଚାସିନ ଥିଲେ । ଲୋକ କବି ସତ୍ୟ ନାଏକ, ଅଭିନେତ୍ରୀ ଲୋଚନୀ ବାଗ ଙ୍କୁ ଏହି ଅବସର ରେମୂଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । କଳାହାଣ୍ଡି ର ବୀର ବାଦ୍ୟ ଘୁମୁରା ପରିବେଷଣ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟାରମ୍ଭ ହୋଇ ଥିଲା । ସଭା କାର୍ଯ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଘନ ଶ୍ୟାମ ମେହେର ପରିଚାଳନା କରିଥିଲା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ନିରଞ୍ଜନ ମୁଦୁଲି ପରିଚାଳନା କରିଥିଲେ । ସେକ୍ସନ ଅଫିସର ସୁନିଲ କୁମାର କାନୁନଗୋ ଧନ୍ୟବାଦ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

୧- ବିପଦ ସଙ୍କୁଳ ଅବସ୍ଥାରେ ଯାଗୁଗୁଡ଼ା ଗ୍ରାମର ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର , ୨-ଛାତି ଯନ୍ତ୍ରଣାରେ ଅତିଥି ଗଣିତ ଶିକ୍ଷକଙ୍କ ମୃତ୍ୟୁ 

Sunil Chandra Nayak

ସାମ୍ବାଦିକ ଜିତେନ୍ଦ୍ର ପୋଡ଼ ଙ୍କ ରବିବାର ଚିକିତ୍ସିତ ଅବସ୍ଥା ରେ ରାୟପୁର ଠାରେ ମୃତ୍ୟୁ

masiha

ଶ୍ରୀ ଶ୍ରୀ ଶଙ୍କରଚାର୍ଯ୍ୟ 2533 ତମ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!