ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା // ମହାବାହୁ

   ମହାବାହୁ

ଜୀବନ ସଳିତା ସରି ସରି ଆସେ
        ଦୀପରୁ ତେଲ ସରଇ
ମିଛ ମାୟା ମୋହେ ପଡିଣ ପ୍ରଭୁହେ
      ତୁମକୁ ଭୁଲିଲି ମୁହିଁ।।
ଧନ ଅରଜିଲି କର୍ତ୍ତବ୍ୟେ ମଜ୍ଜିଲି
      ସବୁ ମୋର ମୋର କହି
ବୟସ ବଢିଲା ରୋଗ ଗ୍ରାସକଲା
     ସାହା ମୋର କେହି ନାହିଁ।।
ଜୀବନ ଉତ୍ସର୍ଗ କରିଲି ଯା,ପାଇଁ
     ସେହି ଯେ,ଅନ୍ତର କଲେ
ଦୁଃଖବେଳେ କେହି ଧରା ନଦିଅନ୍ତି
      ସୁଖେ ମୋ ସାଥିରେ ଥିଲେ।।
ଜୀବନ ଯନ୍ତ୍ରଣା ଅସହ୍ୟ ହେଉଛି
      କା ପାଶେ କହିବି ଆଉ 
ଦୁଃଖ ଜଣାଉଛି ତୁମ ପାଶେ ପ୍ରଭୁ
      ସାହା ହୁଅ ମହାବାହୁ।।
ଜୀବନ ଦୀପ ମୋ ଲିଭିବା ଆଗରୁ
        ତୁମ ନାମ ତୁଣ୍ଡେ ଥାଉ
ଭବ ପାରାବାରୁ ତୁମରି ଚିନ୍ତନେ
      ଏଜୀବ ମୁକତି ପାଉ।।

ବନଲକ୍ଷ୍ମୀ ମହାନ୍ତି

ନଡିଆବରାଇ , କେନ୍ଦ୍ରାପଡା

Related posts

ଅଜୟ କୁମାର ନାୟକ ଙ୍କ କବିତା= ଫେରି ଆସିଥିବା ଫଗୁଣର ବାର୍ତ୍ତା

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା // ଖୁସି ସଭିଙ୍କୁ ବାଣ୍ଟିବା

Sunil Chandra Nayak

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା//ନୂଆ ବର୍ଷକୁ ପଦେ

Sunil Chandra Nayak

Leave a Comment

error: Content is protected !!