ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଳିକ ବୃତ୍ତି ରେ ଆଧୁନିକତା ର ଛାପ : ଟେରାକୋଟା କ୍ରାଫ୍ଟସ ତାଲିମ  

ତେନ୍ତୁଳିଖୁଣ୍ଟି ୧୦/୦୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା କୁମ୍ଭାର ଶାଳରେ ଟେରାକୋଟା କ୍ରାଫ୍ଟସ ତାଲିମ କାର୍ଯ୍ୟକ୍ରମ ଓ ଡିଜାଇନ ବିକାଶ କାର୍ଯ୍ୟକ୍ରମ ନବରଙ୍ଗପୁର ସଚିନ କୁମାର ପଟେଲ ସହକାରୀ ନିର୍ଦେଶକ ହସ୍ତଶିଳ୍ପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି। ଏହି ଟେରାକୋଟା ତାଲିମ ଗତ ୧୮ ଦିନ ହେଲା ଆରମ୍ଭ ହୋଇଥିବାବେଳେ ଆଜି ଭୁବନେଶ୍ୱର ରୁ ଇଂ.ରମାନୁଜ ବୈରିଗଞ୍ଜନ ଶିବିର କେନ୍ଦ୍ରରେ ପହଞ୍ଚି ଥିଲେ । ତାଲିମ ନେଉଥିବା ହସ୍ତଶିଳ୍ପୀ ଙ୍କ ମାଟିରେ ତିଆରି କରିଥିବା ବିଭିନ୍ନ ପ୍ରକାର ଫୁଲଦାନୀ ,ମୂର୍ତି ମାନଙ୍କୁ ତଦାରଖ ସହ କେମିତି କଲେ ସୁବିଧା ଓ ସହଜରେ ଶିକ୍ଷା ପାଇପାରିବେ ତାହା ବୁଝେଇଥିଲେ । କୌଳିକ ବୃତ୍ତି ରେ ଆଧୁନିକତା ର ସ୍ପର୍ଶ ଦେଇ ଆଧୁନିକ ଚାକଚକ୍ୟ ଭରା ବଜାର ରେ ମଧ୍ୟ ନିଜ ଉତ୍ପାଦ କୁ କିପରି ବିକ୍ରି କରିହେବ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ଟେରାକୋଟା ତାଲିମ୩୦ ଜଣନେଉଥିବା ବେଳେ ଦୁଇମାସ ଧରି ତାଲିମ ଦିଆଯିବ ବୋଲି କହିଥିଲେ ହସ୍ତଶିଳ୍ପ ବିକାଶ ଅଧିକାରୀ ସଚିନ କୁମାର ପଟେଲ । ଏହି ତାଲିମ ଦ୍ୱାରା କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତି ରୁ ଦୁରେଇଯିବାରୁ ରୋକା ଯାଇପାରିବ ସେମାନେ ମଧ୍ୟ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରି ପାରିବେ । ସେମାନଙ୍କ ସାମଗ୍ରୀ ର ଗୁଣବତ୍ତା ବୃଦ୍ଧି ପାଇଁ ଜିଲ୍ଲା ହସ୍ତଶିଳ୍ପ ବିଭାଗ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି ଅଧିକାରୀ। ଆର୍ଥିକ ସହାୟତା ସହ ପରିଚୟପତ୍ର ଦେବାକୁ ସ୍ଥାନୀୟ କୁମ୍ଭାର ମାନେ ଅନୁରୋଧ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରବି ଧାନ କିଣା ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଧର୍ମଗଡ଼ ବିଧାୟକ ବ୍ୟବସ୍ଥିତ ଢଙ୍ଗରେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳରୁ ରବି ଧାନ କିଣା ନେଇ ଆଶା ଉଜ୍ଜଳ….

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଦଇବ ସାହା

Sunil Chandra Nayak

ପାଳ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

masiha

Leave a Comment

error: Content is protected !!