ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲେଟ୍ ମିଶନ କାର୍ଯ୍ୟକ୍ଷମ ଲାଗି ‘ଜନ ମଙ୍ଗଳ ‘କୁ ଓ ଏଲ୍ ଏଚ୍ ଏବଂ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଙ୍କ ନିର୍ଭର ପ୍ରତିଶୃତି 

ଢେ଼ଙ୍କାନାଳ (ମ ସୀ ହା)୧୧/୦୧ ଗତ କାଲି ଅପରାହ୍ନ ୧ଘଟିକା ସମୟ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ର ସେବିକା ମାନଙ୍କୁ ନେଇ ସଂଗଠିତ ଜନ ମଙ୍ଗଳ ଉତ୍ପାଦକ ଗୋଷ୍ଠୀ ର ସଭାନେତ୍ରୀ ପ୍ରଭାସିନୀ ବିହାରୀ,ସଂପାଦିକା ସଙ୍ଗୀତା ସର,କୋଷାଧ୍ୟକ୍ଷ ସସ୍ମିତା ମିଶ୍ର ତଥା ଜନ ମଙ୍ଗଳ ରାସୋଳ ସଂଗଠନ ର ସଭାନେତ୍ରୀ ତଥା ଜନ ମଙ୍ଗଳ ଉତ୍ପାଦକ ଗୋଷ୍ଠୀ ର ଉଦ୍ଯୋଗ ମିତ୍ର ନିରୁପମା ମିଶ୍ର ଏବଂ ସଂଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ମିଳିତ ଭାବରେ ହିନ୍ଦୋଳ ବ୍ଲକର ଚେୟାରମ୍ୟାନ୍ ଶ୍ରୀମତି ସସ୍ମିତା ରାଣୀ ନାୟକ ଏବଂ ହିନ୍ଦୋଳ ବ୍ଲକ ଅଫିସ୍ ପରିସର ରେ ଥିବା ଓଡିଶା ଜୀବିକା ନିର୍ବାହ ମିଶନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉତ୍ ଙ୍କୁ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଦିଗ ରେ ରାଜ୍ୟ ସରକାରଙ୍କ ମିଲେଟ୍ ମିଶନ ଜରିଆରେ ଜନ ମଙ୍ଗଳ ଉତ୍ପାଦକ ଗୋଷ୍ଠୀ କୁ ସରକାର ସ୍ତର ଋଣ ଆକାରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମିତ୍ତ ଆବଶ୍ୟକୀୟ ନଥିପତ୍ର ପ୍ରଦାନ ପୂର୍ବକ ଆବେଦନ ପତ୍ର ପ୍ରଦାନ କରାଯାଇଛି। 

    ଆବେଦନ କୁ ଆଗ୍ରହ ର ସହିତ ଗ୍ରହଣ କରିବା ସହିତ ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଓଡିଶା ଜୀବିକା ନିର୍ବାହ ଅଧିକାରୀ (ହିନ୍ଦୋଳ) ମତବ୍ଯକ୍ତ କରିଛନ୍ତି ତତ୍ ସହ ଆଗାମୀ ଦିନ ରେ ସଂଗଠନ କୁ ସମସ୍ତ ପ୍ରକାର ର ବ୍ଲକ ସ୍ତରୀୟ ସାହାଯ୍ୟ ସହଯୋଗ କରାଯିବାର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସସ୍ମିତାରାଣୀ ନାୟକ ନିର୍ଭର ପ୍ରତିଶୃତି ପ୍ରଦାନ କରିଛନ୍ତି।

ପରିଶେଷ ରେ ହିନ୍ଦୋଳ ତହସିଲଦାର ମହୋଦୟ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକରି ଅସହାୟ ପ୍ରମୋଦ ବାଇ ଙ୍କୁ ରହୁଥିବା ସରକାରୀ ସ୍ଥାନ ରୁ ଉଛେଦ ପୂର୍ବ ରୁ ଥଇଥାନ କରିବା ପାଇଁ ମୌଖିକ ଅନୁରୋଧ କରାଯାଇଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବନ୍ଧୁ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

Sunil Chandra Nayak

ଧରାକୋଟ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

ଗୋପବନ୍ଧୁଙ୍କ ହୃଦୟ ଥିଲା ବିଶ୍ବବ୍ୟାପୀ 

Sunil Chandra Nayak

Leave a Comment

error: Content is protected !!