ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେଶ କୁମାର ପରିଡ଼ା ଙ୍କ କବିତା _ _ ବ୍ୟଥା _ _

 _ _ ବ୍ୟଥା _ _

ଜାଣିଲାନି ଭେଣ୍ଡା ପୁଅ 
ଆମ ଘର
କେମିତି ଚଳୁଛି ?
ବୁଢ଼ା ବୟସ ରେ ବୋପା 
ଖଟି ଖଟି 
କେମିତି ମରୁଛି,,
ବୁଝିଲାନି ପୁଅ ମୋର 
ଖାଇବା ଟା 
କେଉଁଠୁ ଆସୁଛି, 
ମୋବାଇଲ ଧରି ସିଏ 
କ୍ଲବ ଘରେ 
ଆଡା ଜମାଉଛି,, 
ଦେଖିଲାନି ଝିଅ କେବେ 
ଘର ସ୍ଥିତି 
ପରିବାର ବ୍ୟଥା , 
କାହା ସାଥେ ଦିନ ରାତି 
ମେସେଜ ରେ 
ଖାଲି ହୁଏ କଥା,, 
କହିଲାନି ସ୍ତ୍ରୀ ମୋର 
ଏତିକି ରେ 
ଯିବା ଆମେ ଚଳି, 
ରାତି କୋଣେ ନ ପାହୁଣୁ 
ଗ୍ରୁପ ଵାଲା 
କରୁଥାନ୍ତି କଳି,, 
କହିଲାନି ପିଲାଙ୍କୁ ସେ 
କଲାନାହିଁ 
ଖର୍ଚ୍ଚ ରେ ଆକଟ, 
ଶାସନ ର ଦଉଡି ଟା 
ପାଏ ନାହିଁ 
ଲାଗେ ଭାରି ଛୋଟ, 
ସକାଳ ରୁ ସଂଜ ହୁଏ 
ବୋହି ବୋହି 
ପିଠି ର ଦରଜ, 
ଆଖି କୋଳେ ଲୁହ ଖେଳେ 
ଭାବି ଦେଲେ 
କାଲି ର କରଜ,, 
ବୟସ ର ଅପରାହ୍ନ 
ଅସ୍ତମିତ 
ଜୀବନ କାକଳି, 
 *ବ୍ୟଥା* ଆଉ ବେଦନା ରେ 
ହୃଦୟ ଟା 
କାନ୍ଦୁଛି ଗୁମୁରି,, 

ସୁରେଶ କୁମାର ପରିଡ଼ା

ସାଲୁଣି, ଚମ୍ପତ୍ତିପୁର, ନୟାଗଡ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା // ଶିବରାତ୍ରି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ନବ ବର୍ଷ l l

Sunil Chandra Nayak

ବିଜୟ କୁମାର ଜେନା ଙ୍କ // ସକାଳର ଜଣାଣ // ପ୍ରଭାତ ସମୟ

Sunil Chandra Nayak

Leave a Comment

error: Content is protected !!