ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଳୁଓଡିସି ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଅବିନାଶ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ନବ ନିଯୁକ୍ତ କଳାହାଣ୍ଡି ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର ଖାରବେଳ ଭବନ ଠାରେ ସୌଜନ୍ୟମୂଳକ ସାକ୍ଷାତ କରି କଳାହାଣ୍ଡି ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବଡ଼ ବଡ଼ ପ୍ରକଳ୍ପ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଚାଲିଥିବା ପ୍ରକଳ୍ପ ମାନଙ୍କର ସମୀକ୍ଷା କରିବା ସହ ବିଭିନ୍ନ ବ୍ଳକ ଗସ୍ତ କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ଠାକୁରଙ୍କୁ କହିଛନ୍ତି।

କିଶନ ଶର୍ମା, ଭବାନୀ ପାଟଣା 

Related posts

आदिवासियों की जमीन-जंगल और आजीविका खतरे में : निरंजन बिशि डबल इंजन नहीं, ‘ट्रबल इंजन’ सरकार चल रही है — सांसद का तीखा हमला

Sunil Chandra Nayak

ଆଇନ ମହାବିଦ୍ୟାଳୟର ମାନସିକ ସ୍ଵାସ୍ଥ୍ୟ ଓ ଆଇନ ସହାୟତା ଶିବିର 

Sunil Chandra Nayak

ମହିଳା ଶିକ୍ଷା ଓ ସଚେତନତା ଆଜିର ମୁଖ୍ୟ ଆବଶ୍ୟକତା ବସନ୍ତପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ

masiha

Leave a Comment

error: Content is protected !!