ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଳୁଓଡିସି ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଅବିନାଶ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ନବ ନିଯୁକ୍ତ କଳାହାଣ୍ଡି ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର ଖାରବେଳ ଭବନ ଠାରେ ସୌଜନ୍ୟମୂଳକ ସାକ୍ଷାତ କରି କଳାହାଣ୍ଡି ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବଡ଼ ବଡ଼ ପ୍ରକଳ୍ପ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଚାଲିଥିବା ପ୍ରକଳ୍ପ ମାନଙ୍କର ସମୀକ୍ଷା କରିବା ସହ ବିଭିନ୍ନ ବ୍ଳକ ଗସ୍ତ କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ଠାକୁରଙ୍କୁ କହିଛନ୍ତି।

କିଶନ ଶର୍ମା, ଭବାନୀ ପାଟଣା 

Related posts

Rayagada News: JK Paper Mill Accused of Illegally Siphoning Water from Nagabali River

masiha

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!