ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ନିବାସୀ ଦ୍ଵାରିକା ହେଲେ ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ସେଲ ର ଉପସଭାପତି

ତେନ୍ତୁଳିଖୁଣ୍ଟି ୧୨/୦୧/୨୩ ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ନିବାସୀ ଦ୍ଵାରିକା ମହାପାତ୍ର କଂଗ୍ରେସ ଦଳ ସୋସିଆଲ ମିଡିଆ ବିଭାଗର ରାଜ୍ୟ ଉପସଭାପତି ରୂପେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଦାୟିତ୍ଵ ଦେଲେ ଏବଂ ଘୋଷଣା କଲେ ସୋସିଆଲ ମିଡ଼ିଆ ଚେୟାରମେନ ଶ୍ରୀ ଅଭିଷେକ ମହାନନ୍ଦ। ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ , ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ,ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର,Dr ବିଶ୍ଵରଞ୍ଜନ ମହାନ୍ତି, ଜାତୀୟ କଂଗ୍ରେସ ସମ୍ପାଦକ ତଥା କୋରାପୁଟ ଏମପି ସପ୍ତଗିରୀ ଶଙ୍କର ଉଲ୍ଲକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ସଦନ ନାୟକ, ଭୁଜବଳ ମାଝି, ସୋସିଆଲ ମିଡିଆ ସଭାପତି ଅଭିଷେକ ମହାନନ୍ଦ, ଯୁବ କଂଗ୍ରେସ ରାଜ୍ୟ ସଭାପତି Dr ସ୍ମୃତି ରଞ୍ଜନ ଲେଙ୍କା ଏବଂ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଏବଂ ରାଜ୍ୟର ସମସ୍ତ ସମ୍ମାନୀୟ ବରିଷ୍ଟ, ଯୁବ, ଛାତ୍ର, ମହିଳା ନେତୃତଙ୍କୁ ଦ୍ଵାରିକା ହୃଦୟର ସହ ଧନ୍ୟବାଦ ଦେବା ସହ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନବରଙ୍ଗପୁର ଜିଲ୍ଲାଯୁବ_କଂଗ୍ରେସ ସଭାପତି ରୂପେ ଗୁରୁ ଦାୟିତ୍ବ ପୂର୍ବ ପରି ସୁଚାରୁରୂପେ ନିଭେଇବା ସହ ଯୁବ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ନିଶ୍ଚିତ ରୂପେ ଅନ୍ୟ ଏକ ନୂଆ ଦାୟିତ୍ଵକୁ ମଧ୍ୟ ନିଷ୍ଟାର ସହ ନିଭେଇବାକୁ ସମ୍ପୂର୍ଣ ପ୍ରୟାସ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି। ନୂତନ ଟିମର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଶୁଭେଛା ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ ଓ ଅଯୋଗ୍ୟ ଙ୍କୁ ବାଦ ଦେବାକୁ ଭାରତୀୟ ଜନତା ପାର୍ଟି ବିଡ଼ିଓ ଙ୍କୁ ଦେଲେ ଦାବୀ

Sunil Chandra Nayak

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

ଡାବୁଗାଁରେ ଭାଜପାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳିତ

masiha

Leave a Comment

error: Content is protected !!