ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ଅବୁଝା ରାଈ

  ଅବୁଝା ରାଈ

  ଉପେନ୍ଦ୍ର କୁମାର ବସ୍ତିଆ

ପାହାନ୍ତି ରାତିର ଅବୁଝା ମନଟା 
    ଦରହାସେ ହସ ହସେ
ପିପାସୀ ମନରେ ମୌସୁମୀ ବହେ
    ଚଇତି ମଲ୍ଲୀର ବାସେ ।
ଚୋରା ଚଇତିର ବେସୁରା ବୀଣାରୁ 
    ମୂର୍ଚ୍ଛନା ତ ଉଠୁ ନାହିଁ 
ବିରହ ବେଦନା କୋଇଲି କଣ୍ଠରୁ 
    ପ୍ରୀତି ଗୀତି ଶୁଭୁ ନାହିଁ ।
ମୁଁ ତୁମ ମନର ଖିଆଲି ଜହ୍ନ ଗୋ
    ତୁମେ ମୋ କାଚ କାଞ୍ଚନ
ମୁଁ ତୁମ ମାନସୀ ବୟସେ ଉଦାସୀ
    କଅଁଳା ଗଜରା ମନ ।
ସରସୀର ନୀରେ ଝୁରିଝୁରି କାନ୍ଦେ 
    ଉଦାସୀ ମୋ ମନ କଇଁ 
ଚଗଲା ବାଆରେ ନାଚେ ତାଳେ ତାଳେ 
    ପାଦର ପାଉଁଜି ବାହି ।
ସ୍ମୂତିର ଗୋଲାପ ସୁରଭି ଓଠରୁ
    ସପନ ଯାଇଛି ହଜି 
ଶ୍ରାବଣୀର ମନ ବତୁରା ଜୀବନ
    କୁଆଁରୀ ସାଜିଛି ଆଜି ।
ଗୋଧୂଳିର ରଙ୍ଗ ଆକାଶେ ତରଙ୍ଗ 
    ନୟନେ କଜ୍ଜଳ ଗାର 
ସେପାଖେ ଉଦାସୀ ବିରହେ ମାନସୀ 
    ଚହଲା ପାଣିର ଧାର ।
ନଈ ଆରପାଖେ ପାହାଡ ଉହାଡେ
    ଛାଇ ଲେଉଟାଣି ବେଳ 
ଭାଙ୍ଗିଯାଏ ମୋର ସପନ ନିଶାର 
    ପାଣି କାଚ ପିନ୍ଧା ବେଳ ।
ସ୍ବପ୍ନ ସବୁ ମୋର ଅବୁଝା ମନକୁ 
    ପାରୁଛି କେବଳ ଛୁଇଁ
ମୋ ମନ ଯମୁନା ଝୁରୁଛି ବିରହେ 
    ମୁଁ ତୁମ ଅବୁଝା ରାଈ ।

       ରାଉରକେଲା

Related posts

ଅପର୍ତ୍ତି ସେଠୀ ଙ୍କ କବିତା // କର୍ତ୍ତବ୍ଯ

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା // ହେ ବିଶ୍ଵନାଥ ବିଶ୍ଵର ମଙ୍ଗଳ କର

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ ମିନି କବିତା

Sunil Chandra Nayak

Leave a Comment

error: Content is protected !!