ବିବିଧବେଣୁଧର ସୂତାର ଙ୍କ କବିତା // ବିରହିଣୀ ମନ ତଟେ by Sunil Chandra NayakJanuary 13, 20230243 Share0 ବିରହିଣୀ ମନ ତଟେ ବେଣୁଧର ସୂତାର ଯତନେ ଏ ଫୁଲସଞ୍ଜେ ମଲ୍ଲୀମାଳ ନିତିଖଞ୍ଜେ ସାଜି ଅଭିସାରିକାର ବେଶ ସୁଧାକର ସୁଧାପାନେ ପ୍ରୀତି ଆଶା ଜାଗେ ମନେ ଲଭିବାକୁ ମିଳନ ଆଶ୍ଳେଷ ।। ସପନର ଚୋରା ପ୍ରୀତି ଗାଏ ମିଳନର ଗୀତି ମନେ ଭରେ ମିଠା ସମ୍ମୋହନ ଏଇ ନୀଳ ଆଖିତଳେ ମହୁଆ ଚମକ ଖେଳେ ହୃଦେ ଫୁଟେ ପ୍ରଣୟ ପ୍ରସୂନ ।। ଶ୍ୟାମଳ ସପନ ତୀରେ ମହୁଲି ମାଦକ ଭରେ ମନ ଗାଏ ପ୍ରଣୟ ମହ୍ଲାର ପ୍ରୀତିର ମହକ ଛୁଟେ ବିରହିଣୀ ମନ ତଟେ ଭରିଦିଏ ଲଳିତ ଶୃଙ୍ଗାର ।। ଫଗୁଣ ବି ଅମାନିଆ ଜଳାଏ ବୁକୁରେ ନିଆଁ ବଢ଼ିଯାଏ ମନର ଉଦ୍ ବେଗ ଏମନ ସପନ ଫାଙ୍କେ କିଏ ରୂପଚିତ୍ର ଆଙ୍କେ ହୃଦେ ଭରେ ମିଠା ଅନୁରାଗ ।। ମଧୁମୟ ବିଭାବରୀ ପ୍ରୀତିର ସପନ ପୁରୀ ତୁମବିନା ମରୀଚିକା ମୟ ସରି ସରି ଆସେ ରାତି ଲୋଡେ ପ୍ରୀତି ମଧୁମତୀ ଆସ ମୋର ପରବାସୀ ପ୍ରିୟ ।। ସ୍ବପ୍ନମୟ ନିଶିଥିନୀ ସାଜିବି ମୁଁ ପ୍ରଣୟିନୀ ମନ ଆକାଶର ତୁମେ ମୋ ଶଶୀ କାମନାର ଅନ୍ତରାଳେ ବେଦନାର ବନ୍ଦୀଶାଳେ ଚିରପ୍ରତୀକ୍ଷାର ମୁଁ ତନ୍ଦ୍ରା ତାମସୀ ।। ଏଇ ପ୍ରୀତି ମଧୁମାସେ ପ୍ରଣୟ ମାଦକ ରାସେ ହରିନିଅ ମୋ ତନୁର ଶୋଷ ମୋ ସ୍ବପ୍ନ ନିକୁଞ୍ଜେ ଆସ ପ୍ରୀତି ଅଭିସାରେ ତୋଷ ସାଜି ନବ ନାଗରେନ୍ଦ୍ର ବେଶ ।। କେଶଦୁରାପାଳ କେନ୍ଦୁଝର