ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ

ଲାଞ୍ଜିଗଡ଼,୧୩/୦୧(ମନିସ)-ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଘୁନାଥ ପୁଝାରୀଙ୍କ ତାଙ୍କ ଲାଞ୍ଜିଗଡସ୍ଥିତ ବାସଭବନରେ ପରଲୋକ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବାବେଳେ ଆଜି ଏକ ଶୋକାକୁଳ ପରିବେଶରେ ମଶାଣିରେ ଦାହସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ଅଞ୍ଚଳ ବ୍ୟାପି ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ପୂର୍ବତନ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ମନୋହର ହରପାଲ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ଜଗଦୀଶ ବେନିଆଁ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆଜି ଲାଞ୍ଜିଗଡ ମଶାଣିରେ ବଡପୁଅ ଜ୍ୟୋତିନ୍ଦ୍ର ମୁଖାଗ୍ନି ଦେଇଥିବାବେଳେ ସାନପୁଅ ଶିଶିରଙ୍କ ସମେତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଶବାଧାରରେ ସାମିଲ ହୋଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନନ୍ଦଘର ଠାରେ କିଶୋର କିଶୋରୀ ମେଳା 

masiha

ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା 

Sunil Chandra Nayak

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ 

masiha

Leave a Comment

error: Content is protected !!