ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାତି ଅଧରେ ଭୀମକେଲା ଗାଁରୁ ଚୋରି

ନର୍ଲା-:( ମନିସ)ନର୍ଲା ଥାନା ଅନ୍ତର୍ଗତ ଭୀମକେଲା ଗାଁ ଭିତରୁ ବିଭିନ୍ନ ଘରୁ ଚୋର ମାନେ ଚୋରି କରି ଫେରାର ହୋଇଥିବା ଗାଁ ଲୋକଙ୍କ ଠାରୁ ଜଣାପଡିଛି। ଗାଁର ଅଙ୍ଗନବାଡ଼ି କର୍ମୀ କଳ୍ପି ବୈଠାରୁ ଘରୁ ଚୋର ମାନେ ଏକ ଟିଣ ବାକ୍ସ ଉଠାଇ ଚାଲିଯାଇଥିବା ବେଳେ ଗାଁ ଶେଷରେ ଥିବା କଳାପାହାଡ଼ ମନ୍ଦିର ପ୍ରାଙ୍ଗଣରେ ଖାଲି ବାକ୍ସଟି ଫୋପାଡି ଦେଇଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ କହିବା ମୁତାବକ ବାକ୍ସରେ ତିନି ହଜାର ଟଙ୍କା, ଶାଲ, ବେଡ୍ ସିଟ୍, ଦୁଇହଳ ପୋଷାକ ଥିଲା କିନ୍ତୁ ଏସବୁ ଜିନିଷ ତାଙ୍କର ଚୋରି ହୋଇଛି। ଗାଁର କିସନ ସୁନାଙ୍କ ଘର ବାରଣ୍ଡାରେ ଥୁଆହୋଇଥିବା ଏକ ସାଇକେଲ, ପର୍ଶୁ ଭୋଇଙ୍କ ଖଳାରୁ ଦୁଇ ବସ୍ତା ଧାନ ଓ ଝଜ ସାଙ୍କ ଘରୁ ପ୍ୟାଣ୍ଟ୍,ସାର୍ଟ ଭରା ହୋଇଥିବା ବ୍ୟାଗ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁ ଶେଷ ମୁଣ୍ଡ ଧାନ ଉପମଣ୍ଡିରେ ହଜାର ହଜାର ବସ୍ତା ଧାନ ଶୀତ କାକରରେ ପଡ଼ି ରହିଛି ପୁଣି ମକର ସଂକ୍ରାନ୍ତି ପର୍ବ ପାଇଁ ମନ୍ଦିର ଚଳଚଞ୍ଚଳ ଓ ଗାଁ ପରିବେଶ ଶୂନଶାନ ପରିବେଶ ସୃଷ୍ଟି ହୋଇଛି। ଏପରି ମୁହୂର୍ତ୍ତରେ ଚୋରି ବୃଦ୍ଧି ପାଇବ ବୋଲି ଗାଁ ଲୋକଙ୍କ ମନରେ ଛନକା ପଶିଯାଇଛି। ଚୋରି ସମ୍ପର୍କରେ ଥାନାରେ କୈାଣସି ଏତଲା ହୋଇ ନଥିବା ଗାଁ ଲୋକଙ୍କ ଠାରୁ ଜଣାପଡିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

masiha

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ 

Sunil Chandra Nayak

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

masiha

Leave a Comment

error: Content is protected !!