ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ର କବୟିତ୍ରୀ କଟକ ଠାରେ ସମ୍ବର୍ଦ୍ଧିତ 

ନର୍ଲା (ମସିହା):କୈବଲ୍ୟ ସାହିତ୍ଯ ସଂସଦ,କଟକ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଫକୀରମୋହନ ସେନାପତି ସାହିତ୍ୟ ଦରବାର ମକର ମଉଜ ଉତ୍ସବ ରେ ନର୍ଲା କଳାହାଣ୍ଡି ର ଯୁବ କବୟତ୍ରୀ ସୁଶ୍ରୀ ଝରଣା ପ୍ରଧାନୀ ଦରବାର ସାହିତ୍ୟ ଚକ୍ର ରେ ସମ୍ମାନୀତ ହେବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି।,ଏହି ଦରବାର ମହୋତ୍ସବ ରେ ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ବୀରକିଶୋର ମିଶ୍ର,କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ,ପ୍ରଫେସର ବାବାଜୀ ପଟ୍ଟନାୟକ,ବିଜୟ ଦାସ,ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରଭୃତି ମଞ୍ଚାସୀନ ଥିଲେ,ସୁଶ୍ରୀ ଝରଣା ପ୍ରଧାନୀ କବି,ନାଟ୍ୟକାର, ସଂଗଠକ ଅରୁଣ ପ୍ରଧାନୀ ଙ୍କ ସୁପୁତ୍ରୀ । ଏହା ପୂର୍ବ ରୁ ସେ ଅନେକ ରାଜ୍ଯ ସରୀୟ ମଞ୍ଚରେ ସମ୍ମାନୀତ ହୋଇ ପ୍ରଶଂସୀତ ହୋଇଛନ୍ତି,ସମ୍ବର୍ଦ୍ଧିତ ହେବାପରେ ସାହିତ୍ଯ ମନ୍ଦିର ନର୍ଲା,ସାହିତ୍ଯ ନାଟକ କଳା ପରିଷଦ ରେଖପୁର ,ଗୋପବଂଧୁ ସାହିତ୍ଯ ଅନୁଷ୍ଠାନ ନର୍ଲା, ରତ୍ନଗିରୀ ନାଟ୍ଯସଂଘ ନର୍ଲା ର କବି ସାହିତ୍ୟକ,କଳାକାର ଶୁଭେଚ୍ଛା ଜଣାଇଛନ୍ତି,।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ବିଭିନ୍ନ ମୌଳିକ ଅଧିକାର ଭଳି ଦାବି କୁ ନେଇ ଜନ ଜାଗରଣ ମଞ୍ଚ ପକ୍ଷରୁ ଆଜି କାଶୀପୁର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଭାରତ ସ୍ବାଧୀନତା ପରେ ଗଡିଲା ଶ୍ରୀ ଜିଉଁଙ୍କ ରଥ 

masiha

ସାଧାରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ର ପ୍ରସ୍ତୁତି 

masiha

Leave a Comment

error: Content is protected !!