ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗୁଡ଼ ସାମା ରିଟେନ୍ ପୁରସ୍କୃତ

ନବରଙ୍ଗପୁର ତା ୧୪/୦୧(ମସିହା) ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଚଳିତ ମାସ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ଆଜି ଚତୁର୍ଥ ଦିନ ରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ତରଫରୁ ସଡ଼କ ଦୁର୍ଘଟଣା ରେ ରାସ୍ତାରେ ଆଘାତ ଲାଗି ପଡି ରହିଥିବା ଲୋକଙ୍କୁ ହେଳା ନ କରି ମାନବିକତା ଦେଖାଇ ତାଙ୍କର ଜୀବନ ରକ୍ଷା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତର ଖାନା କୁ ନେଇ ଚିକିତ୍ସା କରି ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଥିବା ବ୍ୟକ୍ତି (ଗୁଡ଼ ଶାମା ରିଟାନ୍) ଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ଗନ୍ଦର୍ ସେନ୍ ମୁଦୁଲି, ଦେବେନ୍ଦ୍ର ମାଝୀ ଓ ହରିହର ଭତରା। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣା ରେ ପଡି ଛଟପଟ ହେଉଥିବା ବ୍ୟକ୍ତିଙ୍କର ତୁରନ୍ତ ଚିକିତ୍ସା କରି ଅମୂଲ୍ୟ ଜୀବନ ବଞ୍ଚାଇ ଥିବାରୁ ତାଙ୍କୁ ପ୍ରଶଂସା କରିବା ସହିତ ପ୍ରତ୍ୟେକଙ୍କୁ ଦୁଇ ହଜାର ଟଙ୍କା ଏବଂ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ବିନା ଭୟରେ ରାସ୍ତା ଦୁର୍ଘଟଣା ର ପଡି ରହିଥିବା ଲୋକଙ୍କୁ ବଦାନ୍ୟତା ଦେଖାଇ ସାହାଯ୍ୟ କରି ଅମୂଲ୍ୟ ଜୀବନ ବଞ୍ଚାଇ ରଖିବା ସହିତ ଜିଲ୍ଲା ପ୍ରଶାସନ ଦ୍ବାରା ଏପରି ପ୍ରଶଂସା ସାଉଁଟି ପୁରସ୍କୃତ ହେବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ସମସ୍ତେ ସରକାରଙ୍କ ସଡ଼କ ସୁରକ୍ଷା ନିୟମକୁ କଡାକଡି ଭାବରେ ପାଳନ କରିବାପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ୍, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ବିନୟ କୁମାର ପାଲ୍, କନିଷ୍ଠ ଏମ୍ ଭି ଆଇ ଉପେନ୍ଦ୍ର ପୁସିକା, ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ

masiha

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦୀପ ପ୍ରଜ୍ବଳନ.

Sunil Chandra Nayak

KORAPUT COLLECTOR RECEIVES PRESTIGIOUS AWARD

masiha

Leave a Comment

error: Content is protected !!