ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜିଠୁ ଖଡ଼ିଆଲ ମହୋତ୍ସବ ୨୦୨୩

ନୂଆପଡା//, ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ଜାନୁଆରୀ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଖଡ଼ିଆଳ ମହୋତ୍ସଵ-୨୦୨୩ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ନେଇ ମହୋତ୍ସବ କମିଟି ସଭପତି ଜିତେନ୍ଦ୍ରନାଥ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜି ଚାରି ଘଣ୍ଟା ସମୟରେ ଖଡ଼ିଆଲ ଠାକୁରାଣୀ ମନ୍ଦିର ଠାରୁ ସଭା ଯାତ୍ରା ଆରମ୍ଭ ହେବ । ଏଥି ପାଇଁ ବ୍ୟାପକ ପୋଲିସ ପକ୍ଷରୁ ଓ ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ହୋଇଛି । ଚଳିତ ବର୍ଷ ମହୋତ୍ସବ ମଣ୍ଡପକୁ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ନିର୍ମାଣ କରାଯାଇଛି ଯାହାକି ରାଣୀପୁର ଝରିଏଲର ଇନ୍ଦ୍ର ଲାଠ ମନ୍ଦିର, ବୁଦ୍ଧି କୋମନାର ପାତଳେଶ୍ୱର ଶିବ ମନ୍ଦିର, ଖଡ଼ିଆଳ ସମଲେଶ୍ବରୀ ମନ୍ଦିର, ଯୋଗୀମାଠ, ପତୋରାର ଶିବ ମନ୍ଦିର ଆକରେ ନିର୍ମାଣ ହୋଇଛି । ୧୫ ରୁ ୧୯ ତାରିଖ ମଧ୍ୟରେ ପୋଲିସ ବାହିନୀ କଡା ସୁରକ୍ଷା ପ୍ରଦାନ କରିବେ ଓ ରାତ୍ର ଛଅ ଘଣ୍ଟାରୁ ରାତ୍ର ଏକ ଘଣ୍ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ଗାଡି ଚଳାଚଳ ବନ୍ଦ ରହିବ । ସହର ବିଭିନ୍ନ ରାସ୍ତାରେ ବାଇକ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି । ସମସ୍ତ ଅତିଥି ଯୋଗଦାନ ଠିକ ହୋଇ ସାରିଛି । ସାସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କଳାକାର ମାନଙ୍କୁ ସୁଯୋଗ ଦିଆଯାଇ ଥିବା ବେଳେ ରାଜ୍ୟ ତଥା ବିଭିନ୍ନ ରାଜ୍ୟରୁ ସାସ୍କୃତିକ ଦଳ ଯୋଗଦାନ କରିବେ । ଆଜି ଝୋଟି ପ୍ରତିଯୋଗି ପାଇ ପ୍ରସ୍ତୁତି ହୋଇଛି । ମହୋତ୍ସଵ ପଡ଼ିଆର ୧୦୦ ମିଟର ମଧ୍ୟରେ ଯାନବାହନ ନିଷେଧ ରହିବ। ପଡ଼ିଆ ମଧ୍ୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ ବ୍ୟବସ୍ଥା, ପୋଲିସ ମଦ୍ୟପାନ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା । ମହୋତ୍ସବ ସମୟରେ କୌଣସି ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।ଖଡ଼ିଆଲ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଥିବା ଖଡ଼ିଆଲ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟେକ୍ନୋ ୱାର୍ଲ୍ଡ କଲେଜ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ -୨୦୨୬ ପାଳିତ

Sunil Chandra Nayak

ମହାବୀର କମ୍ପାନୀକୁ ଜୋରଦାର ବିରୋଧ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!