ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

ଡାବୁଗାଁ, ୧୫/୧(ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ରାଜ୍ୟ ରାଜପଥ-୩୯ପାର୍ଶ୍ଵରେ ଗଢି ଉଠିଥିବା ସତସଙ୍ଗ ବିହାରରେ ଆଜି ବିଶେଷ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋପିନାଥ ବେହେରାଙ୍କ ପୁଅ ବୋହୁ ବିଦେଶରୁ ବହୁ ବର୍ଷ ପରେ ଡାବୁଗାଁ ନିଜ ଘରକୁ ଫେରିଥିବାରୁ ପୁଅ ବିକାଶ ଓ ବୋହୁ ଆରତୀ ପରିବାରର ମଙ୍ଗଳ ସକାସେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ସତସଙ୍ଗ ବିହାରରେ ବହୁ ଭକ୍ତ ଭାଇ ଓ ଭକ୍ତିମତୀ ମା ମାନଙ୍କୁ ନେଇ ସତସଙ୍ଗ ପ୍ରଦାନ କରିଥିଲେ । ସ-ପ୍ର-ଋ କମଳା କାନ୍ତ ସାହୁ ଙ୍କ ପୈ।ରୋହିତ୍ୟରେ ଯାଯକ ଗିରିଧାରୀ ସାହୁ ଓ ଗୋପିନାଥ ଵେହେରା ଙ୍କ ସହ ବହୁ ଗୁରୁଭାଈ ଓ ମା ମାନଙ୍କୁ ନେଇ ସତସଙ୍ଗ ଆରମ୍ଭ କରାଯାଇ ପ୍ରାତଃକାଳୀନ ବିନତୀ, ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ବିନତୀ, ସଦଗୁରୁ ବନ୍ଦନା, ସଦଗ୍ରନ୍ଥ ପଠନ, ଭଜନ କିର୍ତ୍ତନ, ଯାଜନ ବହୁ ଶାନ୍ତି ଶ୍ରୁଙ୍ଖଳାରେ ଭକ୍ତିପୂର୍ଣ୍ଣ ପରିବେଶରେ ହୋଇଥିଲା । ଶେଷରେ ବନ୍ଦେ ପୁରୁଷୋତ୍ତମ ଧ୍ଵନୀ ରେ ମୁଖରିତ ହେବା ସହ ଜୟ ଜୟ କାର ଧ୍ଵନୀରେ ସମାପନ ହୋଇ ଥିଲା | ସତସଙ୍ଗ ପରିବେଶରେ ଉପସ୍ଥିତ ସମସ୍ତଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଠାକୁରଙ୍କ ପ୍ରତି ଆକ୍ରୁଷ୍ଟ ହୋଇ ସତଦୀକ୍ଷାରେ ୨ ଜଣ ଦିକ୍ଷିତ ହୋଇ ନିଜ ଜୀବନକୁ ସତ ପଥରେ ପରିଚାଳିତ କରିବାକୁ ବ୍ରତୀ ହୋଇଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିପିୟୁଟି ର ଦ୍ବିଦିବସୀୟ ଗବେଷଣା କନକ୍ଲେଭ ୨୦୨୫ ଉଦଘାଟିତ 

Sunil Chandra Nayak

ଚାରଵାହଲ ମଣ୍ଡି ଠାରେ ପଣ୍ଡରା ମାଳି ସମାଜ ର ପଞ୍ଚବାର୍ଷିକୀ ମହାସଭା ଓ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ 

masiha

ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଦୁଇ ବର୍ଷର ବିକାଶ କାର୍ଯ୍ୟର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!