ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

 ମୟୂରଭଞ୍ଜ -୧୫/୧/୨୩ (ମସିହା)ଓଡିଶା ବ୍ରାହ୍ମଣ ମହାସଙ୍ଘ, ରାଇରଙ୍ଗପୁର ଶାଖାର ସଭାପତି ଅଧ୍ୟାପକ ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଇରଙ୍ଗପୁରର ଶ୍ରୀ ଶ୍ରୀ ପୁର୍ଣଶ୍ୱର ମନ୍ଦିରରେ ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱକଲ୍ୟାଣ ମହାଯଂଜ୍ଞର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା ଉକ୍ତ ବୈଠକରେ ପ୍ରମୁଖ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ଆସନ୍ତା ମାର୍ଚ୍ଚ ମାସ ତା 23,24,25,ଓ 26ରିଖ ଚାରି ଦିନ ବ୍ୟାପି ଯଜ୍ଞ ଆୟୋଜନ କରିବା ନେଇ ଦିନ ଧାର୍ଯ୍ୟ କରାଗଲା।ଉକ୍ତ ବୈଠକରେ ସଂଘର ସମ୍ପାଦକ ସୁଶାନ୍ତ କୁମାର ଶର୍ମା, କୋଷାଧକ୍ଷ ନୃସିଂହ ଚରଣ ଦାଶ,ଉପଦେଷ୍ଟା ତରୁଣ କୁମାର ନନ୍ଦ, ଈଶ୍ୱର ପ୍ରହରାଜ, ସଦସ୍ୟ ରବିନାରାୟଣ ହୋତା, ଅର୍ଦ୍ଧନ୍ଦୁ ଶେଖର ରଥ, ଶଶିର କୁମାର ପଣ୍ଡା, ସମୀର କୁମାର ଦାଶ, ଧନେଶ୍ୱର ଶତପଥୀ, ଜନରଞ୍ଜନ ଦାଶ, ବିମଳେନ୍ଦୁ ମିଶ୍ର, ମାନସ କୁମାର ମିଶ୍ର, ସତ୍ୟବ୍ରତ ଦାଶ, ହେମନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଶ୍ୱକଲ୍ୟାଣ ଯଜ୍ଞର ସଫଳତା କାମନା କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

Sunil Chandra Nayak

ଫୁଲବାଣୀ ଠାରେ ଜାତୀୟ ଯୁବ ସପ୍ତାହ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!