ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ତମ ଜାତୀୟ ସେନାଦିବସ ପାଳିତ

କାମାକ୍ଷାନଗର(ମ ନି ସ)୧୬/୦୧_ଢେଙ୍କାନାଳ ଜିଲା କାମାକ୍ଷାନଗର ର ଅବସରପାପ୍ତ ସୈନିକ ସଂଘ ପକ୍ଷରୁ ରବିବାର ଜାତୀୟ ସେନାଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବର୍ଗର ଶତାଧିକ ଅବସର ପ୍ରାପ୍ତ ସୈନିକ ସ୍ଥାନୀୟ ଜିରିଡାମାଳି ସ୍ଥିତ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର ସହର ପରିକ୍ରମା କରିଥିଲେ।ବନ୍ଦେ ମାତରଂ ଓ ଭାରତ ମାତାଙ୍କ ଜୟ ଧ୍ବନିରେ ସୟର ପ୍ରକମ୍ପିତ ହୋଇଥିଲା। ପରେ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରେ ସଂଘର ସଭାପତି ଡମ୍ବରୁଧର ରାଉତଙ୍କ ଅଧକ୍ଷତାରେ ଏକ ସଭାର ଆୟୋଜନ କରାଯାଇ ପ୍ରାରମ୍ଭରେ ଦେଶପାଇଁ ସହୀଦ ହୋଇଥିବା ଜବାନଙ୍କ ଉଦେଶ୍ୟରେ ପ୍ରାର୍ଥନା ସଭାହୋଇଥିଲା। ପରେ ସଂଘର ସଭ୍ୟ ମାନେ ନିଜ ନିଜର ମତ ରଖି ଆଗାମୀ ଦିରେ ସଂଘତରଫରୁ ଏକ କ୍ୟାଣ୍ଟିନ ଖୋଲିବାକୁ ସର୍ବ ସାଧାରଣରେ ପ୍ରସ୍ଥାବ ହୋଇଥିଲା।ଏଭଳି ଦିନରେ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ମନେପକାଇବା ସେମାନଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି ମତ ପ୍ରକାଶ ପାଇଥିଲା। ଆୟୋଜିତ ସଭା ରେ କାମାକ୍ଷାନଗର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ରୁ ସୈନିକ ମାନେ ଯୋଗ ଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ l କାମାକ୍ଷାନଗର ସୈନିକ ସଙ୍ଘ ତରଫରୁ ସଂମ୍ପାଦକ ରବିନାରାୟଣ ସାହୁ, ଉପଦେଷ୍ଟା ଅଶ୍ୱିନୀ ମହାପାତ୍ର, କୋଷାଧକ୍ଷ ଇଶ୍ବର ପଣ୍ଡା, ବିକାଶ ସେଠି, ଶଶୀକାନ୍ତ ରାଉତ, ଦିତିକୃଷ୍ଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ  ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

ଦୁର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ

masiha

Leave a Comment

error: Content is protected !!