ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ତମ ଜାତୀୟ ସେନାଦିବସ ପାଳିତ

କାମାକ୍ଷାନଗର(ମ ନି ସ)୧୬/୦୧_ଢେଙ୍କାନାଳ ଜିଲା କାମାକ୍ଷାନଗର ର ଅବସରପାପ୍ତ ସୈନିକ ସଂଘ ପକ୍ଷରୁ ରବିବାର ଜାତୀୟ ସେନାଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବର୍ଗର ଶତାଧିକ ଅବସର ପ୍ରାପ୍ତ ସୈନିକ ସ୍ଥାନୀୟ ଜିରିଡାମାଳି ସ୍ଥିତ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର ସହର ପରିକ୍ରମା କରିଥିଲେ।ବନ୍ଦେ ମାତରଂ ଓ ଭାରତ ମାତାଙ୍କ ଜୟ ଧ୍ବନିରେ ସୟର ପ୍ରକମ୍ପିତ ହୋଇଥିଲା। ପରେ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରେ ସଂଘର ସଭାପତି ଡମ୍ବରୁଧର ରାଉତଙ୍କ ଅଧକ୍ଷତାରେ ଏକ ସଭାର ଆୟୋଜନ କରାଯାଇ ପ୍ରାରମ୍ଭରେ ଦେଶପାଇଁ ସହୀଦ ହୋଇଥିବା ଜବାନଙ୍କ ଉଦେଶ୍ୟରେ ପ୍ରାର୍ଥନା ସଭାହୋଇଥିଲା। ପରେ ସଂଘର ସଭ୍ୟ ମାନେ ନିଜ ନିଜର ମତ ରଖି ଆଗାମୀ ଦିରେ ସଂଘତରଫରୁ ଏକ କ୍ୟାଣ୍ଟିନ ଖୋଲିବାକୁ ସର୍ବ ସାଧାରଣରେ ପ୍ରସ୍ଥାବ ହୋଇଥିଲା।ଏଭଳି ଦିନରେ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ମନେପକାଇବା ସେମାନଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି ମତ ପ୍ରକାଶ ପାଇଥିଲା। ଆୟୋଜିତ ସଭା ରେ କାମାକ୍ଷାନଗର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ରୁ ସୈନିକ ମାନେ ଯୋଗ ଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ l କାମାକ୍ଷାନଗର ସୈନିକ ସଙ୍ଘ ତରଫରୁ ସଂମ୍ପାଦକ ରବିନାରାୟଣ ସାହୁ, ଉପଦେଷ୍ଟା ଅଶ୍ୱିନୀ ମହାପାତ୍ର, କୋଷାଧକ୍ଷ ଇଶ୍ବର ପଣ୍ଡା, ବିକାଶ ସେଠି, ଶଶୀକାନ୍ତ ରାଉତ, ଦିତିକୃଷ୍ଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ନିର୍ମାଣଧୀନ ପୋଲ ତଳେ ବାଇକ ଖସି, ଦୁଇ ମୃତ

masiha

୯୭ ବର୍ଷୀୟା ଧର୍ମ ପରାୟଣ ବୃଦ୍ଧା ଙ୍କ ଦେହାନ୍ତ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର  ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର 

Sunil Chandra Nayak

Leave a Comment

error: Content is protected !!