ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ -ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦଯାପିତ

ରାଉରକେଲା/ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଓଡିଶା ସରକାର ଙ୍କ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଆନୁକୂଲ୍ୟ ରେ ପ୍ରାୟୋଜିତ ଛାତ୍ରୀ ଆତ୍ମ-କୌଶଳ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି l ଚଳିତ ମାସ ଚାରି ତାରିଖ ରେ ଏହି କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଙ୍କ ଦ୍ୱାରା ଉଦଘାଟିତ ହୋଇ ଥିଲା l ଯୁକ୍ତ ଦୁଇ ପ୍ରଥମ ବର୍ଷ ର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ର ୨୩୬ ଜଣ ଛାତ୍ରୀ ଏହି ତାଲିମ ଗ୍ରହଣ କରିଥିଲେ l ବିଗତ ଦଶ ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଥିଲା l ଉଦଯାପନ ଉତ୍ସବ ରେ ସୁନ୍ଦରଗଡ ଜିଲ୍ଲା ଆଥଲେଟିକ ଆସୋସିଏସନ ର ବରିଷ୍ଠ ଉପସଭାପତି ତଥା ପ୍ରଗତି ଉତ୍କଳ ସଙ୍ଘ ର ସମ୍ପାଦକ ଶ୍ରୀ ରାଧାମୋହନ ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ l ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହ ଉତ୍ସବ ଆରମ୍ଭ ହୋଇଥିଲା l ଅଧ୍ୟକ୍ଷ ଶ୍ରୀ ସାହୁ ଉତ୍ସବ ରେ ଅଧ୍ୟକ୍ଷତା କରି କହିଲେ ଯେ ମଣିଷ ପାଖରେ ଶାରୀରିକ ଶକ୍ତି, ପ୍ରାଣିକ ଶକ୍ତି, ମାନସିକ ଶକ୍ତି ଓ ଆତ୍ମିକ ଶକ୍ତି ରହିଛି, ଯାହାକୁ ତାଲିମ ପୂର୍ବକ ଜାଗ୍ରତ କରି ବିଶ୍ୱ ଶକ୍ତି ସହ ଯୋଡିବାର କାମ ଟି ହେଉଛି ଶିକ୍ଷା l ମୁଖ୍ୟ ଅତିଥି ଶ୍ରୀ ନାୟକ ଛାତ୍ରୀ ମାନଙ୍କୁ ଉପଯୁକ୍ତ ଖାଦ୍ୟ ଓ ଶାରୀରିକ ବ୍ୟାୟାମ କଥା ବୁଝାଇ କହିଥିଲେ l ଜଙ୍କ ଫୁଡ ନ ଖାଇବାକୁ ସେ ପରାମର୍ଶ ଦେଇଥିଲେ l ଛାତ୍ରୀ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ବବିତା ମିଶ୍ର ସଭା ପରିଚାଳନା ସହ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ l ସମସ୍ତ ଅଂଶ ଗ୍ରହଣକାରୀ ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି, ଅଧ୍ୟକ୍ଷ, ପ୍ରାଧ୍ୟାପକ ରଜନୀ କାନ୍ତ ମିଶ୍ର, ସୁପ୍ରଭା ବେହେରା, ଅଜୟ କୁମାର ସୁନ୍ଦର ରାୟ ପ୍ରମୁଖ ପ୍ରମାଣପତ୍ର ବଣ୍ଟନ କରିଥିଲେ l ମହାବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ସ୍ନେହା ମହାପାତ୍ର ଓ ସୁଶ୍ରୀ ସ୍ମୃତିରାଣୀ ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

masiha

ନାରାୟଣ ଗୌଡ଼ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

masiha

କ୍ରୀଡାବିତଙ୍କ ପାଇଁ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କା ଦେଉଥିଲେ ବି ଓଡ଼ିଶାରେ କ୍ରୀଡା ବିଭାଗର ଦୟନୀୟ ସ୍ଥିତି

masiha

Leave a Comment

error: Content is protected !!