ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଣା ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ 

ରାଇଘର (ମ ନି ସ )୧୬/୧ ନବରଙ୍ଗପୁର ଜିଲ୍ଲା ରାଇଘର ଗ୍ରାମ ମଧ୍ୟରେ ରହିଥିବା ସର୍ବପୁରାତନ ଶିବ ମନ୍ଦିର ଏବେ ପ୍ରତିଷ୍ଠା ହେବାକୁ ଯାଉଛି l ଆସନ୍ତା ଫେବୃଆରି ମାସର ୭/୮/୯ ଓ ୧୦ ତାରିଖ ଏହି ଚାରି ଦିନ ଧରି ମନ୍ଦିର ପ୍ରତିଷ୍ଠା କରାଯିବାକୁ ନିଷ୍ପତି ନିଆଯାଇଛି l 

   ଶତାଧିକ ବର୍ଷ ପୂର୍ବେ ରାଇଘର ଗଡ଼ରେ ଶଂକର ସାଏ ରାଜା ସମୟରେ ଗାଆଁ ମୁଣ୍ଡରେ ଏକ ଶିବ ଲିଙ୍ଗ ଆବିଷ୍କାର ହୋଇଥିଲା | ମାଟି ଭିତରୁ ବାହାରି ଥିବା ଏହି ଶିବ ଲିଙ୍ଗକୁ ସେହି ସମୟରେ ରାଜା ଏବଂ ଗ୍ରାମବାସୀଙ୍କ ପକ୍ଷରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଆସିଛି l ପ୍ରଥମେ ସେଠାରେ ଏକ ଛୋଟ ମନ୍ଦିର ତିଆରି କରାଯାଇ ପୂଜା କରାଯାଉ ଥିବା ବେଳେ ପରବର୍ତ୍ତି ସମୟରେ ଏକ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରାଯାଇଥିଲା | ଦୀର୍ଘ ଦିନ ଧରି ଏହି ମନ୍ଦିରର ପ୍ରତିଷ୍ଠା ହୋଇ ନଥିବା ବେଳେ ଏବେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ତୁରନ୍ତ ପ୍ରତିଷ୍ଠା କରିବାକୁ ଓ ଋତିନିତି ଅନୁସାରେ ହେବାକୁ ନିଷ୍ପତ୍ତି ନିଆଯାଇଛି l ଏହି କମିଟିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସନ୍ତୋଷ କୁମାର ମହାପାତ୍ର (ସନ୍ତୁ) ଚୟନ ହୋଇଥିବା ବେଳେ ଉପ ସଭାପତି ଭାବେ ଦେବେନ୍ଦ୍ର ମିଶ୍ର , ସମ୍ପାଦକ ଭାବେ ମୋହିତ ଦଣ୍ଡସେନା, ସହ ସଂପାଦକ ଭାବେ ଭିକି ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଭାବେ ତିଋମାଲା ରାଓ ଚୟନ କରାଯାଇଥିଲା | ଏହି ଅବସରରେ ଏକ ବୈଠକର ଆୟୋଜନ କରାଯାଇ ମନ୍ଦିର ପ୍ରତିଷ୍ଠା ସମ୍ବନ୍ଧିତ କାର୍ଯ୍ଯପନ୍ଥା ଉପରେ ଆଲୋଚନା କରାଯାଇଥିଲା | ଏହି ବୈଠକରେ ଗ୍ରାମ ମୁଖିଆ କମଳ ସିଂ ରାଜପୁତ , ମାଳୀସିଂ ପାତ୍ର, ଇନ୍ଦଲ୍ ନାୟକ, ଅଜୟ ଦାଶ, ପୁରୁଷୋତ୍ତମ ମହାପାତ୍ର , ସତ୍ୟନାରାୟଣ ପାତ୍ର, ବିଲୁସିଂ ରାଜପୁତ, କିରଣ ପଟ୍ଟନାୟକ , ଭବାନୀ ନାୟକ , ଭେଙ୍କେଟ୍ ରାଓ, ରିଙ୍କୁ ଶ୍ରୀବାସ୍ତବ, ଦିଲୀପ ପାତ୍ର, ଟେହେଲ ସିଂ ଗଣ୍ଡ , ସନ୍ତୋଷ ପୂଜାରୀ, ଜିତୁ ଶ୍ରୀବାସ୍ତବ, ଭିସ୍ମା ନାୟକ, ସନ୍ତୋଷ ଅଗ୍ରୱାଲ ଓ ରାଇଘର ର ସମସ୍ତ ବେପାରୀ ଙ୍କ ସମେତ ଭିତରଗଡ଼ ଯୁବକ ସଂଘର ବହୁ ଯୁବକ ଆଲୋଚନାରେ ଭାଗ ନେଇଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

ମହିମା ପଞ୍ଚାୟତ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଜନ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!