ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ରୋଜଗାର ସେବକ ଙ୍କୁ ଆକ୍ରମଣ ର ଦଶ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ତେନ୍ତୁଳିଖୁଣ୍ଟି ବ୍ଲକ ଗ୍ରାମ ରୋଜଗାର ସେବକ ପ୍ରତିବାଦରେ ପିନ୍ଧିଲେ କଳାବ୍ୟାଚ

ତେନ୍ତୁଳିଖୁଣ୍ଟି -୧୬/୦୧/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଞ୍ଚାୟତ ର ଗ୍ରାମ ରୋଜଗାର ସେବକ ଶରଦ ଚନ୍ଦ୍ର ବିଶୋଇ 5 ଜାନୁୟାରୀ ରେ ଡ୍ୟୁଟି କୁ ଯାଉଥିବା ବେଳେ ଆକ୍ରମଣ ର ଶିକାର ହୋଇଥିଲେ,ସେ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଦଶ ଦିନ ବିତିଗଲା କାର୍ଯ୍ୟାନୁଷ୍ଠାନ ଶୂନ । ଗ୍ରାମ ରୋଜଗାର ସେବକ ମାନଙ୍କୁ କାର୍ଯ୍ୟକ୍ଷେତ୍ର ରେ ଯଦି ସୁରକ୍ଷା ଦିଆଯାଇ ନ ପାରିବ ତେବେ କାର୍ଯ୍ୟ କରିବ କଷ୍ଟକର ହୋଇ ଯିବ। ଗ୍ରାମ ରୋଜଗାର ସେବକ ଙ୍କୁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ତଥା ଶରଦ ଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ମାନଙ୍କୁ ଗିରଫ ଦାବୀରେ ପ୍ରତିବାଦ ସ୍ବରୂପ ଆଜିଠୁ ସମସ୍ତ ଗ୍ରାମରୋଜ ଗା ର ସେବକ କଳାବ୍ୟାଚ ଧାରଣ କରିଛନ୍ତି। ଏ ସମ୍ପର୍କିତ ଏକ ପତ୍ର ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ଲିଖିତ ଭାବେ ଦେଇଛନ୍ତି। ଶରଦ ଚନ୍ଦ୍ର ବିଶୋଇ,କୃଷ୍ଣଚନ୍ଦ୍ର ନାୟକ,କୃପାନିଧି ହିଆଲ, ସୁନିତା ବିଶୋଇ,ଛବିଳ ହରିଜନ ,ସୁନେଲି ସ୍ୱପ୍ନା ଖୋସଲା, ଅଶୋକ ବିଶୋଇ ,ନୃସିଂହ ଚରଣ ବିଶୋଇ, ଲିପ୍ସାମୟୀ ପଣ୍ଡା ,ନରହରି ମୁଦୁଲି ପ୍ରମୂଖ ସାମିଲ ଅଛନ୍ତି ଏହି ପ୍ରତିବାଦ ରେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

ଘୋଟାଲାକାରୀଙ୍କ ଠାରୁ ବିପଦମୁକ୍ତରେ ରୁଙ୍ଗଟା” ନମୁନା ପରୀକ୍ଷା ନକରି, ସର୍ବାଧିକ ରାଜସ୍ବ ଦେବ ରୁଙ୍ଗଟା

masiha

Leave a Comment

error: Content is protected !!