ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା

ଡାବୁଗାଁ, ୧୭/୧(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁରେ ବ୍ଲକ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଚଳିତ ମାସ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ଆଜି ସପ୍ତମ ଦିନ ରେ ଡାବୁଗାଁ ବଜାର ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ-୩୯ ଉପରେ ଡାବୁଗାଁ ଥାନା ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଓ କଲେଜ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଥାନାରୁ ବାହାରି ଡାବୁଗାଁ ସହର ପରିକ୍ରମା କରି ଥାନାରେ ପହଞ୍ଚିଥିଲେ | ଦୁର୍ଘଟଣା ରେ ରାସ୍ତାରେ ଆଘାତ ଲାଗି ପଡି ରହିଥିବା ଲୋକଙ୍କୁ ହେଳା ନ କରି ମାନବିକତା ଦେଖାଇ ତାଙ୍କର ଜୀବନ ରକ୍ଷା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତର ଖାନା କୁ ନେଇ ଚିକିତ୍ସା କରି ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ହେବା, ପ୍ରଶାସନ ତରଫରୁ ପ୍ରୋଛାହନ ରାଶି ପାଇବା, ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା, ଚାରିଚକିଆ ଯାନ ଚଲାଇବାବେଳେ ସିଟ୍ ବେଲ୍ଟ ବାନ୍ଧିବା, ସରକାରଙ୍କ ଟ୍ରାଫିକ ନିୟମକୁ ମାନି ଚଳାଇବା ଉପରେ ସଚେତନ କରାଇଥିବାବେଳେ ଜନ ସଧାରଣଙ୍କୁ ଟ୍ରାଫିକ ନିୟମ ଉପରେ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ରାସ୍ତାରେ ଯମରାଜା ଓ ଚିତ୍ରଗୁପ୍ତ ଦୁଇଜଣ ଙ୍କ ସହ ଛାତ୍ରୀଛାତ୍ର ଓ ପୋଲିସ ଅଧିକାରୀ ମାନେ ଲୋକମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଚେତନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମଟି ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନଙ୍କ ତତ୍ଵାବଧାନରେ ଏଏସଆଇ ଶିଶିର କାନ୍ତ ଘୋଷ, ବିଜୟ କୁମାର ସାହୁ ସମେତ ଅନ୍ୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରତିଯୋଗୀତା 

masiha

ମା ମାଟିଆ ମଙ୍ଗଳା ଙ୍କ ପୀଠରେ ଗୋମାତା ପୂଜା ଓ ହରିହାଟ ଦେଖିବା ପାଇଁ ଭକ୍ତଙ୍କ ଲାଗିଲା ଭିଡ଼ 

masiha

ରାଉରକେଲାରେ ୭୯ତମ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!