ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ସହାୟୀକା ମଜଦୁର ସଂଘର ବୈଠକ ଅନୁଷ୍ଠିତ

ଭବାନୀପାଟଣା:୨୮/୦୧ – (ମ.ନି.ସ):- ଆଜି ଯଥା ତା ୧୮/୦୧/୨୦୨୩ ରିଖ ବୁଧବାର ଦିନ ପାଚିକା ସହାୟୀକା ମଜଦୁର ସଂଘର ଏକ ବୈଠକ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସରକାରୀ ଶିକ୍ଷାନୁଷ୍ଠାନରେ ରୋଷେଇ କରୁଥିବା ପାଚିକା ମାନଙ୍କ ବିଷୟରେ ଆଲୋଚନା ହୋଇଥିଲା। ପାଚିକା ମାନଙ୍କର ନିଯୁକ୍ତିର ସ୍ଥାୟୀତ୍ବ ପ୍ରଦାନ, ଦରମା ବୃଦ୍ଧି, ନିର୍ଦ୍ଧାରିତ ସମୟରେ ଦରମା ପ୍ରଦାନ , ଅବସର ପରେ ପେନସନ ବ୍ଯବସ୍ତା,ମନମୁଖି ଛଟେଇ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ପାଚିକା ସହାୟୀକା ମଜଦୁର ସଂଘର ସଭାପତି ବିମଳା ଗୁଉଡ, ସମ୍ପାଦିକା ଧରିତ୍ରୀ ସାହୁ, ସମ୍ପାଦିକା ପ୍ରତିମା ଜାନୀ ଏବଂ ଭାରତୀୟ ମଜଦୁର ସଂଘର କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ତା ଅଲ ଓଡିଶା ଲେଡିଜ୍ ଓ୍ବାରକର ଏସୋସେଏସନ୍ ରାଜ୍ଯ ସମ୍ପାଦିକା ଝୁନୁପମା ଶତପଥୀ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂଘ ସମ୍ପାଦକ ବିଶ୍ବରଞ୍ଜନ ସା ଅନ୍ଯମାନଙ୍କ ମଧ୍ୟରେ ପ୍ରେମଦ ବିଶି, ରୋଜାଳିନୀ ରାଉତ୍, ସନ୍ଯାସ ପ୍ରଧାନ, ଦୀପାଞ୍ଜଳୀ ମାଝୀ, ବିସ୍କିଲା ବାଗ, ସୁରନ୍ତି ନାଗ, ମୁକ୍ତା ଗହୀର ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜାତୀୟ ଉପଭୋକ୍ତା ଦିବସ ପାଳିତ

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

masiha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ

masiha

Leave a Comment

error: Content is protected !!