ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପ୍ରଦୀପ

କାମାକ୍ଷାନଗର( ମ ନି ସ)୧୮/୦୧_ଚଳିତ ହକି ବିଶ୍ଵକପ୍ ପାଇଁ ଚିତ୍ରକଳାରେ ରାଷ୍ଟ୍ରିୟ ଓ ଅନ୍ତର୍ଜାତୀୟ ୨୪ ଜଣିଆ ଚିତ୍ରଶିଳ୍ପି ଙ୍କ ଭିତରେ ଦୁଇ ନମ୍ବର ସ୍ଥାନରେ ଥିବା କାମାକ୍ଷାନଗର ମାଟିର ପୁଅ କଳା ଶିକ୍ଷକ ପ୍ରଦୀପ ଷେଣ୍ଢ ମୂଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା । ଚଳିତ ହକି ବିଶ୍ଵକପ୍ ପାଇଁ କଳିଙ୍ଗ ଷ୍ଟାଡିୟମ ଏଵଂ ଭୁବନେଶ୍ୱର ସହରର କାନ୍ଥବାଡ଼କୁ ରଙ୍ଗ ତୁଳୀରେ ସୁନ୍ଦର ସୁନ୍ଦର ଚିତ୍ରଅଙ୍କନ କରି ବିଦେଶୀ ପର୍ଯ୍ୟଟକ ଏବଂ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିବା କାମାକ୍ଷାନଗର ଏନ୍.ଏ.ସି ଆଳତୁମା ଗ୍ରାମ ତଥା ମୁକ୍ତାପଶି ନୋଡାଲ ଉ:ପ୍ରା ବିଦ୍ୟାଳୟର କଳାଶିକ୍ଷକ ଚିତ୍ରକର ପ୍ରଦୀପ ଷେଣ୍ଢ । ବିଶ୍ଵସ୍ତରୀୟ ପ୍ରତିଯୋଗିତା ହକି ବିଶ୍ଵକପ୍ । ଏତେ ବଡ଼ ପ୍ଲାଟଫର୍ମରେ ଚିତ୍ରକଳା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ମିଳିବା ସହ ଏଭଳି ଦୁର୍ଲଭ ସୁଯୋଗ ମିଳିଵା ପରିପ୍ରେକ୍ଷୀରେ ଚିତ୍ରକର ପ୍ରଦୀପ ଷେଣ୍ଢ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁକ୍ତାପଶି ନୋଡାଲ ଉ:ପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତରଣୀ କୁମାର ସିଂ ଚିତ୍ରକର ପ୍ରଦୀପ ଷେଣ୍ଢ କାମାକ୍ଷାନଗର ଅଞ୍ଚଳ ସମେତ ସମଗ୍ର ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ଵ ଆଉ ଗୈାରବ ସହ ତାଙ୍କର ପ୍ରତିଭାକୁ ସାରା ବିଶ୍ଵ ଦେଖୁଛି l ଏଭଳି ମତ ରଖି ସାଧୁବାଦ ଜଣାଇ ଶୁଭ ମନାସିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଟ୍ରକ ଚାପା ରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ 

Sunil Chandra Nayak

ରିଲ୍‌ ବନେଇବା ନିଶାରେ ସ୍କୁଲ୍ ପିଲା ,ବିପଦ ପୁର୍ଣ୍ଣ ଭିଡିଓ ଭାଇରଲ୍ 

Sunil Chandra Nayak

ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

Sunil Chandra Nayak

Leave a Comment

error: Content is protected !!