ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟା କଳ୍ପ ଟିମ୍

ଡାବୁଗାଁ , ୨୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶୁକ୍ରବାର ପରିଦର୍ଶନ କଲେ ରାଜ୍ୟ କାୟାକଳ୍ପ ଟିମ | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୦୨୨-୨୩ ବର୍ଷର ମୂଲ୍ୟାଙ୍କନ ପାଇଁ ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି । ଏହି ଟିମରେ ଡାକ୍ତର ସୁରେନ୍ଦ୍ର କୁମାର ନାୟକ, ଡାକ୍ତର ପିୟୁସ ରଞ୍ଜନ ମହାନ୍ତି, ଡାକ୍ତର ଜ୍ୟୋତି ସନ୍ଧ୍ୟା ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ରୁ ଆସିଥିବା ଡିପିଏମ ସୁଶାନ୍ତ କୁମାର ପ୍ରହରାଜ, ଆଶା ସମନ୍ୱୟ ଅଧିକାରୀ ସଂଗ୍ରାମ କିଶୋର ପଣ୍ଡା ପ୍ରମୁଖ ଏହି ଟିମ୍ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କାୟାକଳ୍ପ ଓ ମୂଲ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ପରିଦର୍ଶନ କରିଥିଲେ । ଏଥିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭରପ୍ରାପ୍ତ ଚିକିତ୍ସାଧିକାରୀ ସୂଭାଶିଷ ସାହୁ , ଡାକ୍ତର ପ୍ରଣବ ସବର୍ଣ୍ଣ କର , ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳକ (ବିପିଏମ) ପୀତବାସ ପାହାଣ , ଫର୍ମାସୀଷ୍ଟ ସନ୍ତୋଷ ପାଣିଗ୍ରାହୀ ଏବଂ ସମସ୍ତ ବିଭାଗର କର୍ମଚାରୀଙ୍କ ସହଯୋଗୀତା ରେ ଟିମ ପରିଦର୍ଶନ କରିଥିଲେ । କାୟାକଳ୍ପ ହେଉଛି ଓରିଶା ସରକାର ଙ୍କ ସ୍ଵାସ୍ଥ୍ୟ ବିଭାଗର ଏକ ନିରପେକ୍ଷ ଟିମ ଯିଏକି ଓରିଶା ସାରା ବୁଲି ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ଆନୁଷଙ୍ଗିକ ସୁବିଧା ସୁଯୋଗ, ପରିବେଶ ପରିଚ୍ଛନତା, କର୍ମଚାରୀଙ୍କ କାର୍ଯ୍ୟକାରିତା ଦେଖି ମୂଲ୍ୟାଙ୍କନ ପ୍ରଦାନ କରିଥାଏ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାଟପଡା ରେ ଶାଶୁ ବୋହୂ ସମିଳନୀ

masiha

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

Sunil Chandra Nayak

କାଉଗୁଡ଼ା ଉଚ୍ଚ ବିଦ୍ୟାଳୟରେ ୫-ଟି ରୂପାନ୍ତରଣ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!