ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁବର୍ଣ୍ଣ ଜୟନ୍ତୀ

ନୂଆପଡା // ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପଚାଶ ବର୍ଷ ପୂର୍ତ୍ତି ଅବସରରେ  ସୁବର୍ଣ୍ଣ ଜୟନ୍ତୀ ସମାରୋହ ଖଡ଼ିଆଳ ନଗରପାଳ  ଉଜ୍ଜଳ ଗୁପ୍ତାଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପଚାଶ ବର୍ଷରେ ପାଦ ଦେଇଛି ତାର ଉନ୍ନୟନ ମୂଳକ କାର୍ଯ୍ୟକୁ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ସହିତ କିପରି ଏନଏସିର ଉନ୍ନତି ହେବ ସେନେଇ ମତ ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ସଂମ୍ମାନିତ ଅତିଥି ଖରିଆର ରୋଡ ଏନ ଏ ସି ଅଧକ୍ଷ୍ୟା ସୋନିଆ ଗୋଲଡି ଅଗ୍ରୱାଲ, ନୂଆପଡା ଏନ ଏ ସି ଅଧ୍ୟକ୍ଷ ମହମ୍ମଦ ଆଦମ ଖାନ, ଡବ୍ଲୁ ଓଡ଼ି ସି ସଭ୍ୟା ମନ୍ଦାକିନୀ ବଘେଲ , ଖଡ଼ିଆଳ ତହସିଲଦାର ସିନ୍ଧୁସୁତା ପାତ୍ର , ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏନ ଏ ସି ହୋମିଓପ୍ୟାଥିକ ଡାକ୍ତର ସିଦ୍ଧାର୍ଥ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ପାଞ୍ଚ ନମ୍ବର କାଉନସିଲର ସୁନୀଲ କୁମାର ସାହୁ ବାର୍ଷିକ ବିବରଣୀ ଗଠନ କରିଥିଲେ ଓ ଆଠ ନମ୍ବର କାଉନସିଲର ସିବେର ନାଥ ସିଂ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ପାରିଷଦ ର ସମସ୍ତ କର୍ମଚାରୀ ମାନଙ୍କୁ ସୃତି ସାରକି ପ୍ରଦାନ କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ଗୀତର ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ସ୍ଥରିୟ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏହାକୁ ଗୋଷ୍ଟି ସଙ୍ଘଠିକା ସୁରଭି ପାଣିଗ୍ରାହୀ ସଂଚାଳନ କରିଥିଲେ । ପରିଷଦ ର ସମସ୍ତ କାଉନସିଲର ତଥା ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ , ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ନନ୍ଦ ମଧ୍ୟ ସମ୍ମାନିତ କରାଯାଇଥିଲା।  ପରେ ଅମିତ ଯୋଶୀ ଅର୍କେଷ୍ଟ୍ରା ଲୋକ ମାନେ ମନ ଭରି ଉପଭୋଗ କରିଥିଲେ ।କାର୍ଯ୍ୟକ୍ରମ କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରି ସହରକୁ କି ପରି ବିକଶିତ କରିବା ପାଇଁସମସ୍ତ ଙ୍କ ସହ ଯୋଗ କାମନା କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

masiha

ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ

masiha

Leave a Comment

error: Content is protected !!