ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦାବ୍ରିଗୁଡା ଠାରେ ଅକ୍ଷୟ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋକସରା,୨୨/୦୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଲାଲ ବାହାଦୁର ଶାସ୍ତ୍ରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ନକ ଆଉଟ ଅକ୍ଷୟ କୁମାର ଯୋଷୀ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇ ଯାଇଛି । ଯୁବକ ସଙ୍ଘର ସଭାପତି ଦ୍ଵାରିକା ନାଥ ବାଗଙ୍କ ସଭାପତିତ୍ୱରେ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ ମୋୖଷଧି ବାଗ, ମୁଖ୍ୟବକ୍ତା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଦୁର୍ଗା ପ୍ରସାଦ ନାଏକ, ସଞ୍ଜୟ ସିଙ୍ଘଲ, ପ୍ରମୋଦ କିଶୋର ଦାସ, ନିଳାମ୍ବର ମାଝୀ, ପଞ୍ଚକ ପୋଢ଼, ଗୋକୁଳ ଚନ୍ଦ୍ର ଖମାରି, ଧର୍ମେନ୍ଦ୍ର ପୋଢ଼, ଜୟପାଳ ନାଏକ, ଦିଲୀପ କୁମାର ଯୋଷୀ ଉପସ୍ଥିତ ରହି ଉଦଯାପିତ ମ୍ୟାଚ ଖେଳାଳିଙ୍କ ସହ ଜାତୀୟ ସଙ୍ଗିତ ଓ ପରିଚୟ ପ୍ରଦାନ ଉତ୍ସଵରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ବଗାଡ଼ ଓ ଝାର କୁଣ୍ଡାମାଲ ଦଳ ମଧ୍ୟରେ ଚିତାକର୍ଷକ ଖେଳ ପ୍ରଦର୍ଶିତ କରିଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ କରିବାରେ ଅସଫଳ ହେବାରୁ ପରେ ପେନାଲଟିକ ସୁଟ ଆଉଟରେ ୨/୦ ଗୋଲରେ ଝାର କୁଣ୍ଡାମାଲ ଦଳ ଚାମ୍ପିୟାନ ହୋଇଥିଲେ। ବିଜୟୀ ଓ ରନର୍ସ ଅପ ଦଳକୁ ଅତିଥିମାନେ ଟ୍ରଫି ସହ ପୁରସ୍କୃତ କରିଥିଲେ।ଫାଇନାଲ ଖେଳକୁ ଖେଳ ଶିକ୍ଷକ ଶଙ୍କର ପୋଢ଼, ଚିତ୍ତରଞ୍ଜନ ଠାକୁର, ଭୁଜବଲ ନାଏକ ପରିଚଳନା କରିଥିଲେ। ବିକ୍ରମ କେତକୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଲାଲ ବାହାଦୁର ଯୁବକ ସଙ୍ଘର ସମ୍ପାଦକ ଡମ୍ବରୁ ଦୁର୍ଗା, କରୁଣା ଦୁର୍ଗା, ଭକ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଜ୍ୟସ୍ତରୀୟ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପନୀ

masiha

ନବରଙ୍ଗପୁର ଠାରେ ଓଡିଶା କ୍ରୀଡ଼ା ମହକୁମ୍ବ ମୁଖ୍ୟମନ୍ତ୍ରୀ କପ୍ ଭଲିବଲ୍ , କବାଡି , ଫୁଟବଲ୍ ଓ ଖୋକୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର

masiha

Leave a Comment

error: Content is protected !!