ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଗୁଳୁ – ସୁକିନ୍ଦା ନୂଆ ରେଳପଥ ଇଞ୍ଜିନ୍ ରୋଲିଂଙ୍ଗ ର ଶୁଭାରମ୍ଭ

କାମାକ୍ଷାନଗର(ମ ନି ସ)୨୩/୦୧_ଭାରତ ସରକାର ଙ୍କ ଆର୍ଥିକ ସହାୟତାରେ ଦିଲ୍ଲୀ ରେଳମନ୍ତ୍ରlଳୟର ପ୍ରତ୍ୟକ୍ଷ ତତ୍ବାବଧାନରେ ବାଣିଜ୍ୟ ଓ ଯାତା ଆୟତର ସୁବିଧା ପାଇଁ ଅନୁଗୁଳ ଜିଲ୍ଲାର ବୁଢ଼ା ପଙ୍କ ଷ୍ଟେସନରୁ କାମାକ୍ଷା ନଗର ଦେଇ ଯାଜପୁର ଜିଲ୍ଲା ବାଘୁଆ ପାଳ ୯୨ କି.ମି ରାସ୍ତା କୁ ୨୦୧୨ ମସିହାରେ ଆରମ୍ଭ ହୋଇ ୨୦୨୨ ରେ କାଯ୍ୟ ଶେଷ ହୋଇଛି। ୨୨ ଶହ କୋଟି ଅର୍ଥ ବିନିମୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।ଆଜି ପରୀକ୍ଷା ମୂଳକ ଭାବେ ଇଷ୍ଟ୍ କୋଷ୍ଟ ରେଲୁଏ ଅନୁଗୁଳୁ /ସୁକିନ୍ଦା ର ନୂଆ ରେଳ ସଂଯୋଗ ର ପ୍ରୋଜେକ୍ଟ ମ୍ୟାନେଜର ପ୍ରଦିପ୍ତ କୁମାର ମହାନ୍ତି । ବୁଢ଼ାପଙ୍କ ଷ୍ଟେସନରୁ ଶୁଭାରମ୍ଭ କରିଥିଲେ। ଜେନେରାଲ୍ ମ୍ୟାନେଜର କିଶୋରୀ ମୋହନ ମିଶ୍ର ଡ଼ିଜିଏମ୍ ସୁନୀଲ କୁମାର ମିଶ୍ର ରେଳବାଇ ଅଧ୍ୟକ୍ଷ ଦେବାଶିସ୍ ମହାନ୍ତି ଯନ୍ତ୍ରୀ ଲମ୍ଵୋଦର ବିନ୍ଧାଣୀ ପରିଚାଳକ ସାରଦା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I କାମାକ୍ଷାନଗର ର ଦାୟୀତ୍ୱ ରେ ଥିବା ପ୍ରୋଜେକ୍ଟ ମ୍ୟାନେଜର ରାଜେଦ୍ର ପ୍ରସାଦ ସାହୁ ଓ ଯନ୍ତ୍ରୀ ଶଶୀ କାନ୍ତ ସାହୁ ଦୁର୍ଗା କୋଭେଡ଼ ପ୍ରାଇଭେଟ ଲିମିଟେଡ଼ ର ପ୍ରକଳ୍ପ ଅଧିକାରୀ ଉଦ୍ୟମରେ କାର୍ଯ୍ୟ ଶେଷ ହୋଇଥିବା ଏବଂ ଆସନ୍ତା ଜୁନ୍ ମାସ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପରେ ଟ୍ରେନ୍‌ ଚଳାଚଳ କରିବା ସଂପର୍କରେ ସୂଚନା ଦେଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

masiha

ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!