ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ବଂଜାରା ସେବା ସଂଘର ମହାସଭା କୁସୁମଖୁଣ୍ଟି ଠାରେ ଅନୁଷ୍ଠିତ

କୋକସରା,୨୩/୦୧// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ କୁସୁମଖୁଣ୍ଟି ଠାରେ ଆଜି କଳାହାଣ୍ଡି ବଂଜାରା ସମାଜର ଆୟୋଜନରେ ଓଡିଶା ବଂଜାରା ସେବା ସଂଘ ମହାସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟ ସେୱାଲାଲ ଜୟ ଗୁରୁ ନାନକଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ମହାସଭାର କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଲଳିତ କୁମାର ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରାଜ୍ୟ ବଂଜାରା ସମାଜର ସଭାପତି ତୁଲାରାମ ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି କୈଳାଶ ଚନ୍ଦ୍ର ନାଏକ, ଛତିଶଗଡ଼ ରାଜ୍ୟ ବଂଜାରା ସମାଜ ସଭାପତି ସଦାଶିବ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଏକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବଂଜାରା ସମାଜରେ ରହିଥିବା ଭାଇଚାରା ଏକତା ପାଇଁ ଆଜି ପ୍ରତିଟି କ୍ଷେତ୍ରରେ ସମାଜ ପ୍ରତିଷ୍ଠିତ ହୋଇପାରିଛି। ବଂଜାରା ସମାଜ ବିକାଶ, ସମୃଦ୍ଧି, ଶିକ୍ଷା, ନାରୀ ସଶକ୍ତିକରଣ, କର୍ମ ନିୟୋଜନ, ସାମାଜିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ଆନ୍ତରିକତା ଏକାନ୍ତ ଆବଶ୍ୟକ ବୋଳି ଉପସ୍ଥିତ ସାମାଜିକ କର୍ମକର୍ତ୍ତା ମତ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ସିଂଦେଓ ଶିକ୍ଷା ଉପରେ ସମାଜର ମହିଳା ମାନେ ଗୁରୁତ୍ୱ ଦିଅନ୍ତୁ କାରଣ ଜଣେ ଶିକ୍ଷିତା ମହିଳା ହିଁ ସମାଜର ବିକାଶର ବାହକ ହୋଇପାରିବ ବୋଳି ମତ ରଖିଥିଲେ। ବୈଠକରେ ଛତିଶଗଡ଼, ଝାରସୁଗୁଡା, ବରଗଡ଼, ନୂଆପଡା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ପ୍ରାନ୍ତରୁ ଶତାଧିକ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଆଜି ବଞ୍ଜାରା ସମାଜର ନୂତନ କମିଟି ଗଠନ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ଭାବେ ଯଶୋବନ୍ତ ନାଏକ, ସମ୍ପାଦକ ଭାବେ ବୁଦୁରାମ ନାଏକ, କୋଷାଧ୍ୟକ୍ଷ ସନ୍ଥ କୁମାର ନାଏକ, ଜଲ୍ଲା ବଞ୍ଜାରା ମହିଳା ସଭାନେତ୍ରୀ ଯୁବା ନାଏକଙ୍କୁ ମନୋନୀତ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମାଜର ଅନେକ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ଉପ ସଭାପତି କିଶୋର ଚନ୍ଦ୍ର ନାଏକ, ରାଜ୍ୟ କୋଷାଧକ୍ଷ୍ୟ ସନ୍ଥ ନାଏକ, କିଶୋର ଚନ୍ଦ୍ର ନାଏକ, ବରଗଡ଼ ସମ୍ପାଦକ ଚୈତ୍ରମ ନାଏକ, ନୂଆପଡା ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ନାଏକ, ବରଗଡ଼ ଜିଲ୍ଲା ସଭାପତି ଶୋଭାବନ ନାଏକ, ରାଜେନ୍ଦ୍ର ନାଏକ, ଦୁର୍ଗା ପ୍ରସାଦ ନାଏକ, ଜୟଲାଲ ନାଏକ, ଘନଶ୍ୟାମ ନାଏକ, ଅକ୍ଷୟ ନାଏକ, ଆଶାରାମ ନାଏକ, ଖଗେଶ୍ବର ନାଏକ, ନକୁଳ ରାମ ନାଏକ, ପର୍ଶୁରାମ ନାଏକଙ୍କ ସମେତ ସମାଜର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିବା ବେଳେ ମଞ୍ଚକୁ ଅତି ସୁନ୍ଦର ଶବ୍ଦ ସଂଯୋଜନା ସହ ଲଳିତ କୁମାର ନାଏକ ପରିଚାଳନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

masiha

ମାଁ ଲଙ୍କେଶ୍ୱରୀ ମନ୍ଦିର ର ରୂପାନ୍ତରିକରଣ ,ଜୁନାଗଡ଼ ବିକାଶର ମାଇଲଖୁଣ୍ଟ ହେବ , ସହାୟତା ରାଶି ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ 

masiha

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

Sunil Chandra Nayak

Leave a Comment

error: Content is protected !!