ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିଶକ୍ତି ଫାଉଣ୍ଡେସନର ମହାନ କାର୍ଯ୍ୟ,କ୍ୟାନ୍ସର ପୀଡିତ ଙ୍କୁ ଆର୍ଥିକ ସହାୟତା ସହିତ ଯୋଗାଇଦେଲେ ରାସନ

ଜଗତସିଂହପୁର :-ତା=21/01/23 – କଥାରେ ଅଛି ଅରକ୍ଷିତକୁ ଦଇବ ସାହା ! ଯାହାର କେହି ନାହାନ୍ତି ତାର ଉପରବାଲା ହିଁ ସାହାରା ଦେଇଥାଏ ! ଏଇ ଯେମିତି ଜଗତସିଂହପୁର ଜିଲ୍ଲା ତଥା ବ୍ଲକର ମୁଦୁପୁର ପଞ୍ଚାୟତ ଅଧୀନ ଶାସନ ଗ୍ରାମର ଶରତ ମହାନ୍ତି,ଦୀର୍ଘ ବର୍ଷ ହେବ ଯକ୍ଷ୍ମା ରୋଗରେ ପୀଡିତ ହେବା ପରେ,ମୁଣ୍ଡରେ ଏକ ବଥ ସୃଷ୍ଟି ହୋଇଥିଲା | ସମୟ କ୍ରମେ ଏହି ବଥଟି ଯେ କ୍ୟାନ୍ସର ଆଡକୁ ଗତି କରିବ , ସେକଥା ଶରତ ମହାନ୍ତିଙ୍କ ପରିବାର କିପରି ବା ଜାଣିବେ ?ଅର୍ଥର ଅଭାବ ସହିତ ବଥର ଯନ୍ତ୍ରଣା ଦିନକୁ ଦିନ ପରିବାରର ଚିନ୍ତାର କାରଣ ହୋଇଥିଲେ ବି ହାତ ଉଧାରି ଅର୍ଥରେ ବଥଟିକୁ ଅପରେସନ କରିଥିଲେ | କିନ୍ତୁ ବଥସ୍ଥାନ ଭଲ ନହୋଇ କ୍ୟାନ୍ସର ଆଡକୁ ଗତିକରି ଜଟିଳ ରୂପ ନେଇଥିଲା ବୋଲି ଡାକ୍ତରୀ ପରୀକ୍ଷା ଦ୍ୱାରା ଜଣାପଡିଥିଲା ,ଯାହାଦ୍ୱାରା ଶରତଙ୍କର ଖାଇବା ପିଇବା ସମ୍ପୂର୍ଣ୍ଣ ବନ୍ଦ ହେବା ସହିତ, ତାଙ୍କର ଅବସ୍ଥା ଗୁରୁତର ଆଡକୁ ଅଗ୍ରସର ହେବାକୁ ଲାଗିଲା ! ମୃତ୍ୟୁକୁ ଅପେକ୍ଷା କରିଥିବା ଶରତଙ୍କ କରୁଣ କାହାଣୀର ବିଷୟ କିଛି ଗଣ ମାଧ୍ୟମ ଜରିଆରେ ପ୍ରସାରିତ ହେବାର ଖବର ଜାଣିବା ପରେ,ଖୋର୍ଦ୍ଧା ଜିଲ୍ଲାସ୍ଥିତ ତ୍ରିଶକ୍ତି ଫାଉଣ୍ଡେସନ ର ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ଦାସ ଏବଂ ସହଯୋଗୀ ମହେଶ ସାହୁ, ଅନିଲ ମହାପାତ୍ର, ପ୍ରମୁଖ ଏହିପରି ଦୁଃଖଦ ସମୟରେ ଶରତ ଙ୍କ ନିକଟରେ ଠିଆହେଲେ ଏବଂ ପରିବାର କୁ ଶାନ୍ତନା ଦେବା ସହିତ ଆର୍ଥିକ ସହାୟତା, ଏବଂ ଏକ ମାସ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଲେ | ସ୍ଥାନୀୟ ଗ୍ରାମବାସୀ ମାନେ ତ୍ରିଶକ୍ତି ଫାଉଣ୍ଡେସନ ର ଏପରି ସଂସ୍କାର ମୂଳକ ସାହାଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିବା ସହିତ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

ଚଳନ୍ତା ହାଇୱାରେ ଲାଗିଲା ହୁତୁହୂତୁ ନିଆଁ 

masiha

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!