ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁକୁଡ଼ା ଚାଷ ନେଇ ତାଲିମ ଅନୁଷ୍ଠିତ

ନୂଆପଡା // ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କୋଟ ଗାଁ(ପାତାଳ ଗଙ୍ଗା)ଠାରେ କୁକୁଡ଼ା ଚାଷ କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର ସି ଡି ସି ଭୁବନେଶ୍ୱର ତରଫରୁ ଆୟୋଜିତ ଏହି ଶିବିରରେ କୋଟ ଗାଁ ଓ ଧୋବେଇ ଗ୍ରାମର ତିରିଶି ଜଣ ଯୁବକ ଯୁବତୀ ତାମିଲ ନେଇଥିଲେ।ଉକ୍ତ ଦୁଇ ଗାଁ ର ଅନେକ ପରିବାର ପ୍ରତିବର୍ଷ ଦାଦନ ଖଟିବାକୁ ବାହାରକୁ ଯାଉଥିବାରୁ ସେମାନେ ଭିଟାମାଟିରେ ରହି କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ଓ ପରିବାର ପ୍ରତିପୋଷଣ କରି ପାରିବେ ସେନେଇ ଲୋକଙ୍କୁ ସଚେତନ କରାଯିବା ସହ କୁକୁଡ଼ା ଚାଷ ପାଇଁ ସହାୟତା କରାଯିବ ବୋଲି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ରଥୁରାମ ବାଗ ପ୍ରକାଶ କରିଥିଲେ । ତାଲିମ ନେଇଥିବା ପ୍ରତି ପରିବାରକୁ ମାଗଣାରେ କୁକୁଡ଼ା ଚିଆଁ ଓ ଖାଦ୍ୟ ଯୋଗାଇ ଦିଆଯିବ। ଏହି ଚିଆଁ ସବୁ ଉନ୍ନତ ମାନର ସୋନାଲିକା ଚିଆଁ ଓ ଏହାର ମାଂସର ବହୁଳ ଚାହିଦା ଥିବାରୁ ଚାଷୀମାନେ ଲାଭାନ୍ବିତ ହୋଇ ପାରିବେ ବୋଲି ଅନୁଷ୍ଠାନ ର କାର୍ଯ୍ୟକ୍ରମ ସହାୟକ ଦୀନବନ୍ଧୁ ଛତ୍ରିଆ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଚାଇଲଡ଼ ଫଣ୍ଡ, ଜର୍ମାନ ସହଯୋଗ କରୁଥିବା ବେଳେ ଏହା ସେମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇ ପାରିବ ଓ ସେମାନେ ଆଉ ଦାଦନ ଖଟିବାକୁ ଯିବେ ନାହିଁ ବୋଲି ଅଂଶଗ୍ରହଣକାରୀ କହିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

Sunil Chandra Nayak

ସଂଗ୍ରାମୀ ବନମାଳୀ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

Leave a Comment

error: Content is protected !!